ତତ୍ପପାଣିରେ ମୃଦୁ ଭୂକମ୍ପ, ଏକ ମିନିଟ୍ ପାଇଁ ଥରିଲା ପୁରା ଅଞ୍ଚଳ
21/12/2022 at 1:18 PM

ସାନଖେମୁଣ୍ଡି ୨୧।୧୨ : ଗଞ୍ଜାମ ଜିଲ୍ଲା ତତ୍ପପାଣି ଅଞ୍ଚଳରେ ମୃଦୁ ଭୂକମ୍ପ । ଏକ ମିନିଟ୍ ପାଇଁ ଅନୁଭୂତ ହେଲା ଭୂକମ୍ପ ଝଟ୍କା । ଯାହାଫଳରେ ଭୟଭୀତ ହୋଇ ଘର ବାହାରକୁ ଦୌଡି ଆସିଲେ ଲୋକେ ।
ଖବର ଅନୁଯାୟୀ, ବୁଧବାର ଦିନ ସକାଳ ୧୦ ଟା ୫ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲା ତତ୍ପପାଣି ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ପ୍ରାୟ ଏକ ମିନିଟ୍ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଯାହାଫଳରେ ଲୋକେମାନେ ଘର ବାହାରକୁ ଦୌଡି ଆସିଯାଇଥିଲେ । ତେବେ ଏହି ମୃଦୁ ଭୂକମ୍ପରେ ବିଶେଷ ଧରଣ କ୍ଷତି ହୋଇଥିବା ସୂଚନା ମିଳିଛି ।
ଅନ୍ୟପଟେ ଗଜପତି ଜିଲ୍ଲା ମୋହନା ଓ ଆର. ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ସକାଳ ପ୍ରାୟ ୯ଟା ୪୫ ମିନିଟ୍ରେ ପ୍ରାୟ ୩/୪ ସେକେଣ୍ଡ ପାଇଁ ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ବିଶେଷ କରି ମୋହନା, ଲୁହାଗୁଡି, ଚାନ୍ଦିପୁଟ, ଅଡବା, ଚନ୍ଦ୍ରଗିରି, ମହେନ୍ଦ୍ରଗଡ ଓ ଆର. ଉଦୟଗିରି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା।