ଜାପାନରେ ଭୂମିକମ୍ପ : ୭ଜଣ ମୃତ, ୪ଶହ ଲୋକ ଆହତ

Published By : Prameya-News7 Bureau | September 06, 2018 IST

ଟୋକିଓ ୬|୯:  ଜାପାନର ଉତ୍ତର ହୋକ୍କାଇଡୋ ଦ୍ବୀପରେ ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ଭୂମିକମ୍ପ ଫଳରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଛି । ଭୂମିକମ୍ପ ଯୋଗୁଁ ଭୂସ୍ଖଳନ ହେବା ସହ ୫. ୩ ନିୟୁତ ଲୋକଙ୍କ ଘରକୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇ ଯାଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬. ୭ ରେକର୍ଡ ହୋଇଛି । ଏହି ଭୂମିକମ୍ପ ଯୋଗୁଁ ୪ଶହ ଲୋକ ଆହତ ହୋଇଥିବା ବେଳେ ୩୩ଜଣ ନିଖୋଜ ଥିବା ଜଣାପଡିଛି । ଭୂମିକମ୍ପ ଯୋଗୁଁ ଦକ୍ଷିଣ ହୋକ୍କାଇଡୋ ଅନ୍ତର୍ଗତ ଆତ୍ସୁମା ନଗରୀ ନିକଟରେ ଟାଙ୍ଗରା ପାହାଡ ନିକଟରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଦ୍ବୀପବ୍ୟାପୀ ସବୁଆେ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ହୋକ୍କାଇଡୋ ମୁଖ୍ୟ ବିମାନ ବନ୍ଦର  ଭାଙ୍ଗିରୁଜି ଯାଇଥିବାରୁ ୨ଶହ ବିମାନ ଚଳାଚଳ ଓ ୪୦ହଜାର ଯାତ୍ରୀ ପ୍ରଭାବିତ ହେବେ ବୋଲି କୁହାଯାଉଛି। ତେବେ ଭୂମିକମ୍ପ ଯୋଗୁଁ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ତାହା ସଠିକ୍ ଭାବେ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.