ଥରିଲା ଗୁଜରାଟର କଚ୍ଛ, ରିକ୍ଟର ସ୍କେଲରେ ତୀବ୍ରତା ୩.୫
14/06/2023 at 6:37 PM

ନୂଆଦିଲ୍ଲୀ, ୧୪/୦୬: ବାତ୍ୟା ବିପରଯୋୟ ପୂର୍ବରୁ ଥରିଲା ଗୁଜୁରାଟର କଚ୍ଛରେ। ଗୋଟିଏ ପଟେ ଗୁଜରାଟକୁ ବାତ୍ୟା ଭୟ ଘାରିଥିବାବେଳେ ଅନ୍ୟ ପଟେ ବୁଧବାର କଚ୍ଛରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୫ ରହିଛି। ଗୁଜରାଟର କଚ୍ଛରେ ବୁଧବାର ୫ଟା୫ମିନିଟ୍ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ର ଭାଚଉ ଠାରୁ ୫କିମି ଦକ୍ଷିଣ ପଶ୍ଚିମରେ ରହିଛି। ଏହା ପୂର୍ବରୁ ସନ୍ଧ୍ୟା ୪.୧୫ରେ ଜମ୍ମୁ କାଶ୍ମୀରର କିଶ୍ତଓ୍ବାଡ଼ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଝଟକାର ତୀବ୍ରତା ୩.୪ ରହିଛି।
ଏମିତି ରହିଛି ବାତ୍ୟା ସ୍ଥିତି:
ବର୍ତ୍ତମାନ ଗୁଜରାଟରେ ପାଇଁ ଭୂମିକମ୍ପ ସହ ବାତ୍ୟା ବିପରଯୋୟ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଦ୍ରୁତ ଗତିରେ ଗୁଜରାଟ ଆଡ଼କୁ ମୁହାଁଉଛି ବାତ୍ୟା। ବାତ୍ୟାକୁ ନେଇ ଗୁଜରାଟରୁ ନେଇ ମହାରାଷ୍ଟ୍ର ପର୍ଯ୍ୟନ୍ତ ଚେତାବନୀ ଜାରି କରାଯାଇଛି। ଗୁଜରାଟର ଅନେକ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି। ବାତ୍ୟା ଗୁରୁବାର ଲ୍ୟାଣ୍ଡ ଫଲ୍ କରିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବାତ୍ୟା ପାଇଁ ଏନଡିଆରଏଫ୍ର ୧୭ଟି ନିୟୋଜିତ କରାଯାଇଛି। ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନୁକ ସ୍ତାନାନ୍ତର କରାଯାଇଛି। ୬୯ଟି ଟ୍ରେନ୍ ବାତିଲ୍ ହୋଇଛି। ଅନେକ ସ୍ଥାନରେ ୧୪୪ ଲାଗୁ ହୋଇଛି।
ଆହୁରି ପଢ଼ନ୍ତୁ: ବାତ୍ୟା ‘ବିପରଯୋୟ’ର ପ୍ରଭାବ; ୧୨ ହଜାରରୁ ଅଧିକ ବିଜୁଳି ଖୁଣ୍ଟ କ୍ଷତିଗ୍ରସ୍ତ, ୫୦ ହଜାର ଲୋକେ ସ୍ଥାନାନ୍ତର, ୬୯ ଟ୍ରେନ୍ ବାତିଲ