Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହରିୟାଣା ପରେ ରାଜସ୍ଥାନରେ ଭୂମିକମ୍ପ ଝଟକା; ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ

7/06/2023 at 8:11 AM

ଜୟପୁର: ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନର ବିକାନେର ଜିଲ୍ଲା । ମଙ୍ଗଳବାର ବିଳମ୍ବିତ ରାତିରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୩ ରେକର୍ଡ କରାଯାଇଛି । ଭୂକମ୍ପ ପରେ ଭୟଭୀୟ ହୋଇଯାଇଛନ୍ତି ଆଖପାଖ ଅଞ୍ଚଳର ଲୋକ । ତେବେ ଭୂମିକମ୍ପରେ ଏଯାଏଁ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।

ନ୍ୟାସନାଲ ଫର୍ ସିସ୍ମୋଲୋଜି ଅନୁଯାୟୀ, ମଙ୍ଗଳବାର ତାରି ପ୍ରାୟ ୧୧ଟା ୩୬ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ପୂରା ବିକାନେର ଜିଲ୍ଲା ଥରି ଉଠିଥିଲା ।  ତେବେ ଏହାର କେନ୍ଦ୍ରସ୍ଥଳି ବିକାନେର ଠାରୁ ୬୮୫ କିଲୋମିଟର ଦୂରରେ ରହିଛି । ସେହିପରି ବିକାନେର ଠାରୁ ପଶ୍ଚିମରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ କେନ୍ଦ୍ରସ୍ଥଳି ରହିଛି ।

ସେହିପରି ହରିୟାଣାରେ ମଙ୍ଗଳବାର ସକାଳେ ମୃଦୁ ଭୂକମ୍ପ ଝଟକା ଲାଗିଥିଲା । ଏହାର ପ୍ରଭାବରେ ଈଜ୍ଜର ଜିଲ୍ଲା ଥରି ଉଠିଥିଲା । ରିକ୍ଟର ସ୍କେଲରେ ୨.୫ ତିବ୍ରତା ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୨ କିଲୋମିଟର ଗଭୀରତାରେ ରହିଥିଲା । ଅନ୍ୟପଟେ ମେ’ ୨୮ ତାରିଖରେ ରାଜଧାନୀ ଦିଲ୍ଲୀରୁ ଜାମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳି ଅଫଗାନିସ୍ଥାନ ବୋଲି ନ୍ୟାସନାଲ ଫର୍ ସିସ୍ମୋଲୋଜି ସେଣ୍ଟର ପକ୍ଷରୁ କୁହାଯାଇଥିଲା । ତିବ୍ରତା ୫.୨ ରେକର୍ଡ କରାଯାଇଥିଲା ।

   Related Posts