ବେତନଟୀ ଓ ରେମୁଣାରେ ମୃଦୁ ଭୂକମ୍ପ ଝଟ୍‌କା

Published By : Prameya-News7 Bureau | December 25, 2020 IST

ବେତନଟୀ/ବାଲେଶ୍ୱର ୨୫।୧୨: ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମୟୁରଭଞ୍ଜର ବେତନଟୀ ଓ ବଡ଼ସାହିରେ ଅଞ୍ଚଳରେ ୨.୧୮ ଏବଂ ବାଲେଶ୍ୱର- ରେମୁଣାରେ ୨.୧୬ ମିନିଟରେ ଭୂକୁମ୍ପ ଝଟ୍‌କା ଅନୁଭୂତ ହୋଇଛି । ଅଞ୍ଚଳରେ ଝଟ୍‌କା ଅନୁଭୂତ ପରେ ଲୋକମାନେ ଘର ବାହାରକୁ ବାହାରି ଆସିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ଆସିନାହିଁ ।

ଖବର ଅନୁଯାୟୀ, ଶୁକ୍ରବାର ଅପରାହ୍ନ ସମୟରେ ମୟୁରଭଞ୍ଜର କିଛି ଅଞ୍ଚଳ ଏବଂ ବାଲେଶ୍ୱରର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଯାହାଫଳରେ କି ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ । ଭୂକମ୍ପର ତିବ୍ରତା ବର୍ତ୍ତମାନ ସୁଦ୍ଧା କେତେ ରହିଥିଲା , ତାହା ସ୍ପଷ୍ଟ ହୋଇନାହିଁ । ସେହିପରି କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.