ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧।୧୨: ଭୂକମ୍ପରେ ଥରିଲା ୨ଟି ଦେଶ । ଭାରତୀୟ  ସମୟଅନୁସାରେ ମଙ୍ଗଳବାର ଦିନ ସକାଳ ସମୟରେ ଋଷ୍ ଓ ଆର୍ଜେଣ୍ଟିନା‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଓ ୬.୩ ଥିବା ଜଣାପଡ଼ିଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

wp:html /wp:html

USGS ଅନୁଯାୟୀ,  ରୁଷର ସାଇଟୋଭସ୍କାୟା ଗାଭାନର ଦକ୍ଷିଣ-ପୂର୍ବରୁ  88 କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ର ରହିଛି। ଭାରତୀୟ ସମସଅନୁସାରେ ସକାଳ ୪.୨୪ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ସେହିପରି ଗତ ମାର୍ଚ୍ଚ ମାସରେ ରୁଷ୍‌ ପୂର୍ବ ଅଞ୍ଚଳ କୁରିଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ସେହି ସମୟରେ ଭୂକମ୍ପର ତିବ୍ରତା ୭.୫ ରେକର୍ଡ କରାଯାଇଥିଲା । ଭୂକମ୍ପର କେନ୍ଦ୍ର ପୃଥିବୀପୃଷ୍ଠଠାରୁ ୫୬,୭ କିମି ତଳେ ରହିଥିଲା । ଏହା ପରେ ୫,୬୦୦କିମି ଦୂରତା ପର୍ଯ୍ୟନ୍ତ ସୁନାମୀର ଆଲର୍ଟ କରାଯାଇଥିଲା ।

wp:html /wp:html

ସେହିପରି ଆର୍ଜେଣ୍ଟିନାରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ମଙ୍ଗଳବାର ଦିନ ରୁଷ୍‌ ସହ ଆର୍ଜେଣ୍ଟିନା ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଆର୍ଜେଣ୍ଟିନାରେ ୬.୩ ତିବ୍ରତାର ଭୂକମ୍ପ ଝଟ୍‌କା ଅନୂଭୂତ ହୋଇଛି । ଏହା ଆର୍ଜେଣ୍ଟିନାର ସେନ୍‌ ଏଣ୍ଟୋନିୟୋ ଡି ଲସ କୋବରେରୁ ଦକ୍ଷିଣ-ପଶ୍ଚିମ-ପଶ୍ଚିମରେ ୭୬ କିମି ଦୂରରେ କେନ୍ଦ୍ରସ୍ଥଳୀ ରହିଛି । ଯାହାକି ଭାରତୀୟ ସମୟନୁସାରେ ସକାଳ ୪.୨୪ରେ ହୋଇଥିବା ସୂଚନା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.