ଦିଲ୍ଲୀ ପରେ ପଞ୍ଜାବରେ ଭୂମିକମ୍ପ, ସୋମବାର ଭୋରୁ ଥରିଲା ଅମୃତସର, ରିକ୍ଟରସ୍କେଲରେ ତିବ୍ରତା ୪.୧

Published By : Prameya-News7 Bureau | November 14, 2022 IST

ଅମୃତସର: ଦିଲ୍ଲୀ ଏନସିଆର ପରେ ଅମୃତସରରେ ଭୂମିକମ୍ପର ଝଟକା ଲାଗିଛି । ସୋମବାର ଭୋରୁ ଥରି ଉଠିଲା ପଞ୍ଜାବର ଅମୃତସର । ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୪.୧ ରହିଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଅମୃତସର ଠାରୁ ୧୪୫ କିଲୋମିଟର ଉତ୍ତର-ଦକ୍ଷିଣରେ ରହିଛି ।
ଭାରତୀୟ ସିସ୍‌ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ସୋମବାର ଭୋରୁ ୩.୪୨ ମିନିଟରେ ପଞ୍ଜାବର ଅମୃତସର ଓ ଏହାର ଆଖପାଖ ଅଞ୍ଚଳ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଅମୃତସର ଠାରୁ ୧୪୫ କିଲୋମିଟର ଦୂରରେ ରହିଛି । ରିକ୍ଟରସ୍କେଲରେ ଏହାର  ତିବ୍ରତା ୪.୧ ରହିଥିବା ବେଳେ ଏହାର ଗଭୀରତା ଭୂପୃଷ୍ଠରୁ ୧୨୦ କିଲୋମିଟର ଦୂର ପର୍ଯ୍ୟନ୍ତ ରହିଛି ।

ଏହା ପୂର୍ବରୁ ଗତ ସପ୍ତାହରେ ଦିଲ୍ଲୀରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଥିଲା । ନଭେମ୍ବର ୧୨ ତାରିଖରେ ଦିଲ୍ଲୀ ଏନସିଆର, ଉତ୍ତରାଖଣ୍ଡ ସମେତ ୭ରାଜ୍ୟର ଲୋକ ଭୂମିକମ୍ପ ଅନୁଭବ କରିଥିଲେ । ରିକ୍ଟରସ୍କେଲରେ ଏହାର ତିବ୍ରତା ୬.୩ ରହିଥିଲା । ସେହିପରି ଚଳିତ ମାସରେ ନେପାଳରେ ମଧ୍ୟ ଭୂମିକମ୍ପ ଅନୁଭୁତ ହୋଇଥିଲା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.