ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲ୍‌​‌ରେ ତୀବ୍ରତା ୭.୧

Published By : Prameya-News7 Bureau | February 13, 2021 IST

ଟୋକିଓ ୧୩/୦୨: ଜାପାନର ଫୁକୁସିମା ପ୍ରାନ୍ତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୧ ରହିଛି। କିଛି ସ୍ଥାନରେ କ୍ଷୟକ୍ଷତି ନେଇ ସୂଚନା ମିଳିଛି। ଭୂକମ୍ପର ପ୍ରଭାବ ରାଜଧାନୀ ଟୋକିଓ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଟୋକିଓରେ ଭୂକମ୍ପର ତୀବ୍ରତା ୪.୦ ରହିଥିଲା।

ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ନେଇ ଆଲର୍ଟ ଜାରି କରାଯାଇ ନାହିଁ। ତଥାପି ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ସମୁଦ୍ର କୂଳକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଶୁକ୍ରବାର ରାତିରେ ଭୂକମ୍ପ ଝଟକାରେ ଉତ୍ତର ଭାରତ ଥରିଉଠିଥିଲା। ଦିଲ୍ଲୀ ଏନସିଆର, ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ଏବଂ ପଞ୍ଜାବ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ରେକର୍ଡ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.