ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶନିବାର ଦିନ ୩ଟା ୩୫ ମିନିଟ୍ରେ ଉତ୍ତର ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂମିକମ୍ପ ତୀବ୍ରତା ୨.୬ ରହିଛି। ଏହାର କେନ୍ଦ୍ରସ୍ଥଳ ମଧ୍ୟ ଦିଲ୍ଲୀ ରହିଛି। ଭୂକମ୍ପ ଫଳରେ ଲୋକେ ଭୟଭୀତ ହୋଇପଡ଼ିଥିଲେ ଏବଂ ନିଜ ନିଜ ଘରୁ ବାହାରି ଆସିଥିଲେ।
ସୂଚନାଥାଉକି, ଚଳିତ ମାସରେ ତୃତୀୟ ଥର ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ପୂର୍ବରୁ ନଭେମ୍ବର ୬ତାରିଖରେ ଦିଲ୍ଲୀ-ଏନସିଆରରେ ପୁଣି ଏକ ଭୂମିକମ୍ପ ଆସିଥିଲା।ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୫.୬ ରହିଥିଲା। ଭୂମିକମ୍ପର କେନ୍ଦ୍ର ନେପାଳ ଥିଳା। ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଆହୁରି ପଢ଼ନ୍ତୁ: ଆଇସ୍ଲ୍ୟାଣ୍ଡରେ ସିରିଜ୍ ଭୂମିକମ୍ପ; ୧୪ ଘଣ୍ଟାରେ ୮୦୦ ଥର ଝଟକା, ଏମରଜେନ୍ସି ଘୋଷଣା
ଏହା ପୂର୍ବରୁ ନଭେମ୍ବର ୩ ତାରିଖରେ ମଧ୍ୟ ୬.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ରହିଥିଲା। ତୀବ୍ର ଭୂମିକମ୍ପ ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳଯାଇଥିଲା।