scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୂମିକମ୍ପ ଯୋଗୁ ପଶ୍ଚିମ ନେପାଳରେ ବ୍ୟାପକ କ୍ଷୟକ୍ଷତି, ପକ୍କା ଘର ସହ ଭାଙ୍ଗିଲା କଚ୍ଚା ଘର

3/10/2023 at 9:00 PM

କାଠମାଣ୍ଡୁ ୩।୧୦: ନେପାଳରେ ମଙ୍ଗଳବାର ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି। ଗୋଟିଏ ଘଣ୍ଟାରେ ଲାଗ ଲାଗ ୪ଥର କମ୍ପନ ଅନୁଭୂତ ହେବା ବ୍ୟାପକ କ୍ଷୟକ୍ଷତିର କାରଣ ପାଲଟିଛି। ଭୂମିକମ୍ପର କେନ୍ଦ୍ର ପଶ୍ଚିମ ନେପାଳର ବାଝାଙ୍ଗ ଜିଲ୍ଲାରେ ଥିଲା। ବାଝାଙ୍ଗ ଓ ଚୈନପୁରରେ ଭୂମିକମ୍ପର ବ୍ୟାପକ ପ୍ରଭାବ ଦେଖାଯାଇଛି। ବାଝାଙ୍ଗ ଜିଲ୍ଲା ତାଲକୋଟ ପାଳିକା ଉପାଧ୍ୟକ୍ଷା ପାର୍ବତୀ କୁମାରୀ ଭଣ୍ଡାରୀ ଭୂମିକମ୍ପ କ୍ଷୟକ୍ଷତି ସୂଚନା ଦେଇଛନ୍ତି। ତେବେ ଭୂମିକମ୍ପ ଯୋଗୁ ଲୋକଙ୍କର ହୋଇଥିବା କ୍ଷତି ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ।

ପାର୍ବତୀ କୁମାରୀ ଭଣ୍ଡାରୀଙ୍କ ଅନୁସାରେ ଘରଦ୍ୱାର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପାର୍ବତୀଙ୍କ ଅନୁସାରେ ନେପାଳରେ ମୋଟ ୭ଟି ପ୍ରଦେଶ ରହିଛି। ଏଥିରେ ବାଝାଙ୍ଗ ଜିଲ୍ଲା ସୁଦୂର ପଶ୍ଚିମ ପ୍ରଦେଶରେ ପଡିଥାଏ। ଏହା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ କ୍ଷୟକ୍ଷତିର ସୂଚନା ମିଳିବା ବିଳମ୍ବ ହେଉଛି। ବାଝାଙ୍ଗର ତାଲକୋଟ ଗାଁ ପାଳିକାରେ ଭୂମିକମ୍ପର କେନ୍ଦ୍ର ଥିଲା। ଫଳରେ ବାଝାଙ୍ଗ ଜିଲ୍ଲାର ଦୁର୍ଗାଥଲି ଗ୍ରାମ ପାଳିକା ଓ ତାଲକୋଟ ଗ୍ରାମ ପାଳିକା ଗୁରୁତର ପ୍ରଭାବିତ ହୋଇଛି।

ବାଝାଙ୍ଗରେ ପ୍ରଥମ ଭୂମିକମ୍ପ ଅପରାହ୍ନ ୨ଟା ୨୫ ମିନିଟ୍‌ରେ ଅନୂଭୂତ ହୋଇଥିଲା ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା, ଦ୍ୱିତୀୟ କମ୍ପନ ୨ଟା ୫୧ ମିନିଟ୍‌ରେ ଆସିଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ମପାଯାଇଥିଲା। ଏହା ଭୂ ଗର୍ଭର ୫ କିଲୋମିଟର ତଳେ ସୃଷ୍ଟି ହୋଇଥିଲା। ଏହା ପରେ ପରେ ୩ଟା ୬ ମିନିଟ୍‌ରେ ଆଉ ଏକ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଶେଷ କମ୍ପନ ୩ଟା ୧୯ ମିନିଟରେ ଅନୁଭୂତ ହୋଇଥିଲା। ଫଳରେ ୩.୧ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା। ତେବେ ୬.୨ ତୀବ୍ରତାର କମ୍ପନ ପାଖାପାଖି ୩୦ ସେକେଣ୍ଡ ଧରି ଲାଗି ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି କରିଛି।

ଭୂମିକମ୍ପରେ ଥରିଲା ଦିଲ୍ଲୀ ଓ NCR, ରିକ୍ଟର ସ୍କେଲରେ ତୀବ୍ରତା ୬.୨

   Related Posts