ଭୂମିକମ୍ପରେ ଥରିଲା ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ଉପକୂଳ,ରିକ୍ଟର ସ୍କେଲରେ ତୀବ୍ରତା ୬.୨, ସୁନାମୀ ସମ୍ଭାବନା ନାହିଁ

Published By : Prameya-News7 Bureau | May 31, 2023 IST

ଅକଲ୍ୟାଣ୍ଡ ୩୧।୫: ନ୍ୟୁଜିଲ୍ୟାଣ୍ଡର ସାଉଥ କୋଷ୍ଟ ସ୍ଥିତ ଅକଲ୍ୟାଣ୍ଡ ଦ୍ୱୀପ ସମୂହ ନିକଟରେ ୩୧ ମେ ବୁଧବାର ଭୂମିକମ୍ପ  ଅନୁଭୂତ ହୋଇଛି। ୟୁଏସ୍ ଜିଓଲଜିକାଲ ସର୍ଭେ ଏହି ସୂଚନା ଦେଇଛି। ସୂଚନା ଅନୁସାରେ ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ଥିଲା। ନ୍ୟୁଜିଲ୍ୟାଣ୍ଡ ଜିଓ ନେଟ୍ ମନିଟରିଂ ଏଜେନ୍ସୀ ଅନୁସାରେ ଭୂମିକମ୍ପର କେନ୍ଦ୍ର ଭୂ-ପୃଷ୍ଠରୁ ୩୩ କିଲୋମିଟ ଭୂ-ଗର୍ଭରେ ଥିଲା।

{"id":795605,"sizeSlug":"full","linkDestination":"none"}

ତେବେ ସୁନାମୀ ନେଇ ତତ୍କାଳ କୌଣସି ସତର୍କତା ଜାରି ହୋଇ ନାହିଁ। ସେହିପରି ଭୂମିକମ୍ପ ଯୋଗୁ କୌଣସି ସ୍ଥାନରେ ଧନଜୀବନ ହାନୀର ସୂଚନା ନଥିବା ବେଳେ ଭିତ୍ତିଭୂମି ପ୍ରଭାବିତ ହୋଇଥିବାର ସୂଚନା ନଥିବା ଇନଭର କାର୍ଗିଲ ସିଟି କାଉନସିଲ ଅଧିକାରୀ କହିଛନ୍ତି। ଏହି ନଗର ପରିଷଦ ଭୂମିକମ୍ପ ସୃଷ୍ଟି ହୋଇଥିବା ସ୍ଥାନର ଖୁବ୍ ନିକଟରେ ରହିଛି। ଏଣୁ ଏଠାରେ ଯଦି କୌଣସି ଭିତ୍ତିଭୂମି କ୍ଷୟକ୍ଷତି ହୋଇ ନାହିଁ ତେବେ ଅନ୍ୟ ସ୍ଥାନରେ ମଧ୍ୟ ସେଭଳି କୌଣସି କ୍ଷତି ହୋଇ ନଥିବା ବୋଲି ଅନୁମାନ କରାଯାଉଛି।

{"id":795608,"sizeSlug":"full","linkDestination":"none"}

ଗତ ମେ ୨୦ ତାରିଖ ଦିନ ଫ୍ରାନ୍‌ସର ନ୍ୟୁ କ୍ୟାଲେଡୋନିଆ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ସେତେବେଳେ ୭.୧ ମପା ଯାଇଥିଲା। ତେବେ ଏହାର ଦିନକ ପୂର୍ବରୁ ମଧ୍ୟ ଏଠାରେ ୭.୭ ତୀବ୍ରତାର ମଜଭୁତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତର ପଡୋଶୀ ଦେଶ ପାକିସ୍ତାନ ଓ ଆଫଗାନିସ୍ତାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ୬.୨ ତୀବ୍ରତାର ଏହି ଭୂମିକମ୍ପର ପ୍ରଭାବ ଉତ୍ତର ଭାରତର କେତେକ ଅଞ୍ଚଳରେ ଅନୁଭୂତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.