ମାଟିପାତ୍ରରେ ଚା ପିଇଲେ କ୍ୟାନସର ସହ ଦୂର ହେବ ଏହି ୪ ରୋଗ, ଜାଣନ୍ତୁ କ’ଣ

Published By : Prameya-News7 Bureau | August 25, 2019 IST

ଅନେକ ଦିନ ପୂର୍ବେ ଚା ଦୋକାନୀମାନେ ମାଟିପାତ୍ରରେ ଚା ପରସୁ ଥିଲେ। ସେତେବେଳେ ହୁଏତ କାଚ ଅଥବା ଅନ୍ୟ ଡିସପୋଜେବଲ ପାତ୍ରର ପ୍ରଚଳନ ହୋଇନଥିଲା ଅଥବା ଦୁର୍ଲଭ ଥିଲା। ଏଣୁ କୋଇଲା ଚୁଲିରେ ଫୁଟୁଥିବା ଚାକୁ ଦୋକାନୀ ମାଟି ପାତ୍ରରେ ଗ୍ରହକଙ୍କୁ ପରସି ଦେଉଥିଲେ। ହେଲେ ଅନ୍ୟ ପାତ୍ରର ସୁଲଭ ଉପଲବ୍ଧତା ଯୋଗୁ କାଳକ୍ରମେ କାଚ, ଷ୍ଟିଲ ଓ ଅନ୍ୟ ପାତ୍ରରେ ଦୋକାନରେ ଚା ମିଳୁଛି। କିନ୍ତୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ କିନ୍ତୁ ଚା ପରସାଯିବାର ପ୍ରଥା ଏ ଯାଏଁ ବଦଳିନି । ହେଲେ କାହିଁକି ଆସନ୍ତୁ ଜାଣିବା।

{"id":148947,"width":574,"height":431}

ୟୁପିର ଲୋକେ କୁହନ୍ତି ଏଭଳି ପାତ୍ରରେ ଚା ସହ ମାଟିର ମହକ ମିଳିଥାଏ। ହୁଏତ ଏହା ଲୋକଙ୍କ ସ୍ୱାଦ ଋଚି ହୋଇଥାଇପାରେ। ହେଲେ ଅନ୍ୟ ଯେଉଁ କାରଣଟି ହେଉଛି ତାହ ନିରୋଗ ରହିବାର ଉପାୟ। କାରଣ ମାଟି ପାତ୍ରରେ ଚା ଉଭୟ ସ୍ୱାଦିଷ୍ଟ ହେବା ସାଙ୍ଗକୁ ପୈଷ୍ଟିକ ମଧ୍ୟ ହୋଇଥାଏ। ତେବେ ଅନ୍ୟ ପାତ୍ରରେ ଚା ପିଇବାରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜୁଥିବା ଆମେ ଅଳ୍ପବହୁତେ ଅନୁଭବ କଲେଣି। ଏଥିରୁ ପ୍ରଥମଟି ହେଉଛି ଗ୍ୟାସ୍ଟ୍ରିକ। ତା ଛଡା ଦୋକାନମାନଙ୍କରେ କାଚ ଓ ଅନ୍ୟ ପାତ୍ରରେ ଚା ପିଇବା ଯୋଗୁ ଅଜାଣତରେ ଆମେ ଅନେକ ଏଭଳି ଭୂତାଣୁଙ୍କୁ ଶରୀରକୁ ନେଉଛେ ଯେଉଁମାନଙ୍କ ଦ୍ୱାରା ଆମେ ପ୍ରାୟତଃ ଅସୁସ୍ଥ ଅନୁଭବ କରୁଛେ। ଏଥିରୁ ଭୂତାଣୁ ଜ୍ୱର, ଥଣ୍ଡା ଓ କାସ ଅନ୍ୟତମ।  

{"id":148946,"width":576,"height":432}

ତେବେ ଏବେ ନୂଆ କରି ଆରମ୍ଭ ହୋଇଥିବା ଡିସପୋଜେବଲ କପ୍ ରେ ଚା ପିଇବା କେତେ ମାରାତ୍ମ ତାହା ହୁଏତ ଆପଣ କଳନା ବି କରିପାରିବେ ନାହିଁ। ଏଥିରେ ଚା ସହ ମିସୁଥିବା ରସାୟନ ପଲିଷ୍ଟେରେନ ଆମ ଶରୀରକୁ ଯାଇ ଆମକୁ କର୍କଟ ରୋଗାକ୍ରାନ୍ତ କରିବାର ବି ଅନେକ ସମ୍ଭାବନା ରହିଛି। ଏଣୁ ଚା ପିଇବା ଲାଗି ଆମେ ବ୍ୟାଗରେ ତ ଆଉ ନିଜର କପ୍ କି ଗ୍ଲାସ ଧରି ବୁଲି ପାରିବାନି, ତେବେ ଏଥିଲାଗି ଆମେ ବାହାରେ ସତର୍କତା ଅବଲମ୍ବନ କରିବା ନିଶ୍ଚିତ ବିଧେୟ। ଏବେ ସରକାର କୁମ୍ଭାରଙ୍କ ଆତ୍ମନିର୍ଭର ଲାଗି ମାଟିପାତ୍ର ପ୍ରଚଳନ କରିବାକୁ ଯାଉଛନ୍ତି ଏହା ହେଲେ ଆମର ଯାହା ଲାଭ ହେବ ଜାଣନ୍ତୁ।

{"id":148945}

ପ୍ରଥମତଃ ମାଟି ପାତ୍ରରେ ଚାର ଖାଦ୍ୟଗୁଣ ନଷ୍ଟ ହେବନି। ମାଟିପାତ୍ରରେ ପରସା ଯାଉଥିବାରୁ ଆମ ଅଜାଣତରେ ଶରୀର ଆବଶ୍ୟକ କରୁଥିବା କ୍ୟାଲସିୟମ ବି ଏଥିରୁ ମିଳିବ ସାଙ୍ଗକୁ ଚାର ମୂଲ୍ୟ ମୁତାବକ ସ୍ପର୍ତ୍ତିବି। ମାଟିରେ ପ୍ରଚୁର କ୍ୟାଲସିୟମ ଥିବାରୁ ଶରୀର ହାଡ ମଜବୁତ ହେବା ସହ ଅକାଳ ବାର୍ଦ୍ଧକ୍ୟରୁ ମୁକ୍ତି ମିଳିବ। ଏହ ଛଡା ବିଭିନ୍ନ ଋତୁରେ ହେଉଥିବା ଋତୁକାଳୀନ ରୋଗରୁ ବି ମୁକ୍ତି ମିଳିବ।  ମାଟି ପାତ୍ରର ସୁକ୍ଷ୍ମ ତତ୍ୱ ଯୋଗୁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ। କେବଳ ଚା କାହିଁକି ଲସି, ସରବତ ବି ମାଟି ପାତ୍ରରେ ପିଇ ଦେଖନ୍ତୁ ଯେପରି ସ୍ୱାଦ ସେପରି ସ୍ପୁର୍ତ୍ତିବି ପାଇବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.