ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପ୍ଲେଟ୍ ଚଳନ ଯୋଗୁ ତୁର୍କୀରେ ଭୀଷଣ ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ଛୁଇଁଲା ୬ଶହ, ପୂର୍ବରୁ ଇଣ୍ଡୋନେସିଆରେ ଲାଗିଥିଲା ବଡ଼ ଝଟକା

6/02/2023 at 3:07 PM

ନୂଆଦିଲ୍ଲୀ: ଭୂଗର୍ଭରେ ପ୍ଲେଟ୍ ଚଳନ ପାଇଁ ବଢ଼ୁଛି ଭୂମିକମ୍ପ । ବିଶେଷ କରି ମହାସାଗରୀୟ ପ୍ଲେଟ୍ ଓ ମହାଦେଶୀୟ ପ୍ଲେଟ୍‌ ମାଡ଼ ହେବା ଫଳରେ ଭୂପୃଷ୍ଠରେ ଭୂମିକମ୍ପ ଝଟକା ଅନୁଭୂତ ହେଇଛି । ସୋମବାର ସକାଳ ପ୍ରାୟ ସାଢେ ୪ଟାରେ ତୁର୍କୀରେ ଭୟଙ୍କର ଭୂକମ୍ପ ଝଟକା ଲାଗିଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୫ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳୀରେ ନୁଗର୍ଦ ଠାରୁ ୨୩ କିଲୋମିଟର ଏବଂ ୧୭ କିଲୋମିଟର ଗଭୀରତାରେ ରହିଛି ।

ଭୂମିକମ୍ପ ଝଟକା କେବଳ ତୁର୍କୀ ନୁହେଁ ସିରିଆର ସୀମାବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହୋଇଛି । ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୬ଶହ ପାର୍ କରିଛି । କେବଳ ତୁର୍କୀରେ ୨୮୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୭ଜଣ ସିରିଆରେ ପ୍ରାଣ ହରାଇଛନ୍ତି । ଏହାଛଡ଼ା ୨୩୨୩ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଇଛନ୍ତି। ମାଟି ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ । ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ଭୂମିକମ୍ପ ଏତେ ଭୀଷଣ ଥିଲା ଯେ, ୬ଥର ଥରି ଉଠିଲା ଭୂପୃଷ୍ଠ ।  

ଏହା ପୂର୍ବରୁ ଦକ୍ଷିଣ ଆମେରିକା ଦେଶ ଆର୍ଜେଣ୍ଟିନାରେ ଭୂକମ୍ପ ଝଟକା ଲାଗିଥିଲେ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୫ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳି କର୍ଡୋବା ସହର ଉତ୍ତର ପ୍ରାନ୍ତରେ ୫୧୭ କିଲୋମିଟର ଏବଂ ଭୂପୃଷ୍ଠ ଠାରୁ ୫୮୬ କିଲୋମିଟର ଗଭୀରତାରେ ରହିଥିଲା ।

ସେହିପରି ଜାନୁଆରୀ ୧୬ରେ ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ସୁମାତ୍ରା ଦ୍ବୀପର ସମୁଦ୍ର ଉପକୂଳବର୍ତ୍ତି  ଅଞ୍ଚଳରେ ଝଟକା ଲଗିଥିଲା । ରିକ୍ଟର ସ୍କେଲରେ ଏହାର ୬.୧ ତିବ୍ରତା ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳି ଆଚେ ପ୍ରାନ୍ତର ସିଙ୍ଗକିଲ୍ ସହର ଠାରୁ ୪୮ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଥିବା ବେଳେ ୪୮ କିଲୋମିଟର ଗଭୀରତାରେ ରହିଛି ।

୨୦୨୨ ନଭେମ୍ବର ୨୧ରେ ମଧ୍ୟ ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାୟ ୫୬ଜଣ ଲୋକ ପ୍ରାଣ ହରାଇବା ସହିତ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହାର ତିବ୍ରତା ୫.୪ ରେକର୍ଡ କରାଯାଇଥିଲା ।

ସେହିପରି ଗତ ଶନିବାର ସକାଳୁ ଥରି ଉଠିଲା ମଣିପୁର ଉଖରୁଲ୍ ଅଞ୍ଚଳ । ରିକ୍ଟରସ୍କେଲ ଏହାର ତିବ୍ରତା ୪.୦ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକ ।

   Related Posts