suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଭୂମିକମ୍ପରେ ଥରିଲା ଲକ୍ଷ୍ନୌ, ରିକ୍ଟର ସ୍କେଲରେ ତୀବ୍ରତା ୫.୨

20/08/2022 at 7:50 AM

ନୂଆଦିଲ୍ଲୀ, ୨୦|୦୮:  ଉତ୍ତରପ୍ରଦେଶରେ ଭୂମିକମ୍ପ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ୍ ବୋଲି ଜଣାପଡିଛି ।  

ସୂଚନା ଅନୁସାରେ,ଶୁକ୍ରବାର ରାତି ପ୍ରାୟ ୧ଟା ୨୦ରେ ଥରିଥିଲା ଲକ୍ଷ୍ନୌ । ଏହାର କେନ୍ଦ୍ରସ୍ଥଳୀ ଏଠାରୁ ୧୩୯ କିମି ଦୂରରେ ଥିବା ବହରାଇଚ ବୋଲି କୁହାଯାଉଛି । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ଏହାପୂର୍ବରୁ ଅଗଷ୍ଟ ୧୭ ତାରିଖରେ ମହାରାଷ୍ଟ୍ରର ନାସିକରେ ମଧ୍ୟ ତିନି ଥର ଭୂମିକମ୍ପର ଝଟକା ଲାଗିଥିଲା । ଯାହାର ତୀବ୍ରତା ଥିଲା ୩.୪, ୨.୧ ଓ ୧.୯୯ । ଏଥିରେ କେହି ମୃତାହତ ହୋଇନଥିଲେ । ଲଗାତର ତିନି ଥର ଝଟା ପରେ ଲୋକେ ଡରି ଯାଇଥିଲେ ।

ପ୍ରଥମେ ଏହି ଝଟକାର ସଠିକ କାରଣ ଲୋକେ ଜାଣିପାରିନଥିଲେ । ପରେ ସୋସିଆଲ ମିଡିଆରେ ଏହାର ଖୁବ୍ ଚର୍ଚ୍ଚା ହୋଇଥିଲା । କିଛି ଲୋକେ ଆକାଶରେ କିଛି ଶବ୍ଦ ଶୁଣିବା ପରେ ମାଟି ଥରିଥିବା କହିଥିଲେ ।  

   Related Posts