ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା ଲାଗିଛି । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୧ ରେକର୍ଡ କରାଯାଇଛି। ସେହିପରି ନେପାଳରେ ମଧ୍ୟ ରବିବାର ବିଳମ୍ବିତ ରାତିରେ ଭୂମିକମ୍ପ ଝଟକା ଅନୁଭବ କରିଛନ୍ତି ଲୋକ ।
ନ୍ୟାସନାଲ ସିସ୍ମୋଲୋଜି ସେଣ୍ଟରର ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ମୃଦୁ ଭୂମିକମ୍ପ ହୋଇଛି । ରବିବାର ରାତି ପ୍ରାୟ ୧.୫୦ ମିନିଟରେ ଥରି ଉଠିଥିଲା ଉତ୍ତରକାଶୀ ଜିଲ୍ଲା । ୩.୧ ତିବ୍ରତା ସହିତ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୫ କିଲୋମିଟର ଭିତରେ ରହିଛି । ଭୂମିକମ୍ପ ଅନୁଭୂତ ହେବା ପରେ ଭୟଭୀୟ ହୋଇପଡ଼ିଥିଲେ ସ୍ଥାନୀୟ ଲୋକ । ଏଯାଏଁ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । ଡିସେମ୍ବର ୧୬ ତାରିଖରେ ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଭୂମିକମ୍ପ ଝଟକା ଲାଗିଥିଲା ।
{"id":722762,"sizeSlug":"full","linkDestination":"none"}ନେପାଳରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଛି । ରବିବାର ରାତିରେ ଥରି ଉଠିଲା କାଠମାଣ୍ଡୁର ଆଖପାଖ ଅଞ୍ଚଳ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳୀ କାଠମାଣ୍ଡୁ ଠାରୁ ୫୦ କିଲୋମିଟର ରହିଛି ।