oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଭୂମିକମ୍ପରେ ଥରିଲା ଦିଲ୍ଲୀ, ରିକ୍ଟର ସ୍କେଲରେ ତୀବ୍ରତା ୨.୩

25/12/2020 at 10:48 AM

ନୂଆଦିଲ୍ଲୀ, ୨୪୧୨:   ଦେଶର ରାଜଧାନୀ ନୂଆଦିଲ୍ଲୀରେ ଗତ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ନାଙ୍ଗଲୋଇରେ ଏହାର ଝଟକା ଲାଗିଛି । ନ୍ୟାସନାଲ ସେଣ୍ଟର ଫର୍ ଏମରଜେନ୍ସିର କହିବାନୁସାରେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୨.୩ । ସକାଳ ୫ଟା ୨ ମିନିଟରେ କିଛି ସ୍ଥାନରେ ଝଟକା ଅନୁଭୂତ ହୋଇଛି । ତେବେ ମୃତାହତ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଏହାପୂର୍ବରୁ ୧୭ ଡିସେମ୍ବରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଦିଲ୍ଲୀ-ଏନସିଆରର କିଛି ଅଞ୍ଚଳରେ ଏହା ପ୍ରଭାବ ପକାଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୪.୨ । ତେବେ ଏଥିରେ କେହି ମୃତ୍ୟୁବରଣ କରିନଥିଲେ । ଏପରି ଲଗାତର ଭାବେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହେଉଛି ।

ସେହିପରି ଡିସେମ୍ବର ୨ରେ ମଧ୍ୟ ଭୂମିକମ୍ପ ହୋଇଥିଲା । ରିକ୍ଚର ସ୍କେଲରେ ଏହାର ତୀବ୍ରତା ଥିଲା ୨.୭ । ଏହି ଭୂମିକମ୍ପର କେନ୍ଦ୍ର ଥିଲା ୨.୭ । ଏପ୍ରିଲରୁ ଏବେସୁଦ୍ଧା ଦିଲ୍ଲୀରେ ୧୫ ଥର ଭୂମିକମ୍ପ ହେଲାଣି ।

ବରିଷ୍ଠ ବୈଜ୍ଞାନିକଙ୍କ ଅନୁସାରେ, ଦିଲ୍ଲୀ ଓ ଏହାର ଆଖ ପାଖରେ କେତେବେଳେ ବି ବଡ ଭୂମିକମ୍ପ ହୋଇପାରେ । ଜବାହରଲାଲ ନେହେରୁ ସେଣ୍ଟର ଅଫ୍ ଆଡଭାନ୍ସଡ୍ ସାଇଣ୍ଟିଫିକ୍ ରିସର୍ଚ୍ଚର ପ୍ରଫେସର ସିପି ରାଜେନ୍ଦ୍ରନ କହିଛନ୍ତି ଯେ, ଦିଲ୍ଲୀରେ ଆଗାମୀ ଦିନରେ ବଡ ଭୂମିକମ୍ପ ଅନୁଭୂତ ହେବ ।

   Related Posts