AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଇଣ୍ଡୋନେସିଆରେ ବଡ଼ ଭୂମିକମ୍ପ, ୭.୭ ତୀବ୍ରତାରେ ଥରି ଉଠିଲା ତୁଆଲ କ୍ଷେତ୍ର  

10/01/2023 at 8:27 AM

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ପୁଣି ତୀବ୍ର ଭୂମିକମ୍ପ ଅନୁଭୂତ । ବିଳମ୍ବିତ ରାତିରେ ଦୋହଲିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର। ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ   ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି ।

ନ୍ୟୁଜ୍ ଏଜେନ୍ସି ରାୟଟର ରିପୋର୍ଟ ମୁତାବକ: ସୋମବାର ବିଳମ୍ବିତ ରାତିରେ ଭୂମିକମ୍ପ ଝଟକା ଲାଗିଛି । ସ୍ଥାନୀୟ ସମୟର ରାତି ପ୍ରାୟ ୨.୪୭ମିନିଟରେ ଥରି ଉଠିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୩୪୨କିଲୋମିଟର ଗଭୀରତାରେ ରହିଛି । ୟୁରୋପୀୟ ସିସମୋଲୋଜି ସେଣ୍ଟର ଅନୁଯାୟୀ, ଭୂମିକମ୍ପ ଝଟକା ଇଣ୍ଡୋନେସିଆ ଠାରୁ ୨୦୦୦କିଲୋମିଟର ଦୂର ଅଷ୍ଟ୍ରେଲିଆ ଏବଂ ଈଷ୍ଟ ତିମୋର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ୭.୭ ତିବ୍ରତା ଚଳିତ ବର୍ଷର ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଉଛି । ଭୂକମ୍ପ ପରେ ଭୟଭୀୟ ହୋଇ ଘର ବାହାରକୁ ଚାଲିଆସିଥିଲେ ଲୋକେ । ଏଯାଏଁ କ୍ଷୟକ୍ଷତି କୌଣସି ସୂଚନା ମିଳିପାରିନାହିଁ । ଭୂମିକମ୍ପ ପରେ ସୁନାମୀ ସତର୍କତା ଦିଆଯାଇଛି ।

ଏହା ପୂର୍ବରୁ ରବିବାର ପ୍ରଶାନ୍ତ ମହାସାଗରୀୟ ଦ୍ବୀପଦେଶ ଭାନୁଆଟୁରେ ଭୂମିକମ୍ପ ଝଟକା ଲଗିଥିଲେ । ରିକ୍ଟରସ୍କେଲରେ ଏହାର ତିବ୍ରତା ୭.୦ ରେକର୍ଡ କରାଯାଇଥିଲା  । ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଥିଲା । ସେହିପରି ଆଫଗାନିସ୍ତାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ହିନ୍ଦୁକୁଶ ପର୍ବତମାଳାରେ ରହିଥିଲା ।

   Related Posts