AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କାଲିଫୋର୍ନିଆରେ ବଡ଼ ଭୂମିକମ୍ପ; ରିକ୍ଟରସ୍କେଲ ତିବ୍ରତା ୬.୪ ରେକର୍ଡ, ଭାଙ୍ଗିଲା ଘର, ଉପୁଡିଲା ବିଜୁଳି ଖୁଣ୍ଟ

21/12/2022 at 8:27 AM

ନୂଆଦିଲ୍ଲୀ: କାଲିଫୋର୍ନିଆରେ ବଡ଼ ଭୂମିକମ୍ପ । ଦୋହଲିଲା ଉତ୍ତର କାଲିଫୋର୍ନିଆ ତଟବର୍ତ୍ତୀ ଅଞ୍ଚଳ । ରିକ୍ଟରସ୍କେଲରେ ଭୂମିକମ୍ପ ତିବ୍ରତା ୬.୪ ରେକର୍ଡ କରିଛି । ଭୂକମ୍ପ ଯୋଗୁ ବହୁ କ୍ଷୟକ୍ଷତି ଘଟଛି । ଘର ଦ୍ବାର ଭାଙ୍ଗିବା ସହିତ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଉତ୍ତର କାଲିଫୋର୍ନିଆର ସୈନ୍ ଫ୍ରାନ୍ସିସ୍ ଠାରୁ ୩୫୦ କିଲୋମିଟର ଦୂର ଉତ୍ତରରେ ଭୂମିକମ୍ପର କେନ୍ଦ୍ରସ୍ଥଳି ରହିଛି । ସ୍ଥାନୀୟ ସମୟ ୨.୩୦ ମିନିଟରେ ଦୋହଲି ଥିବା କାଲିଫୋର୍ନିଆ । ରିକ୍ଟରସ୍କେଲରରେ ଏହାର ତିବ୍ରତା ୬.୪ ରେକର୍ଡ କରାଯାଇଛି । ଏହା ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଉଛି ।ଭୂକମ୍ପ ଯୋଗୁ ବହୁ କ୍ଷତିଗ୍ରସ୍ତ ହୋଇଛି । ହଜାରେରୁ ଅଧିକ ଘର ଭାଙ୍ଗିଥିବା କୁହାଯାଉଛି । ଭୂମିକମ୍ପ ହେବା ଫଳରେ ସହରରେ ଗ୍ୟାସ୍ ଟାଙ୍କି  ଲିକ୍ ହୋଇଛି । ବିଜୁଳି ଖୁଣ୍ଟ ଭାଙ୍ଗିବା ସହିତ ବିଶାଳ ଅଟ୍ଟାଳିକା ମାନ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି । ମାଟି ତଳେ କିଛି ଲୋକ ପଶିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂମିକମ୍ପ ଯୋଗୁ ଅଧିକାଂଶ ଲୋକ ଆହାତ ହୋଇଛନ୍ତି ।

ପ୍ରାଶାସନିକ ଅଧିକାରୀଙ୍କ କହିବା ଅନୁଯାୟୀ, ଭୂମିକମ୍ପ ପରେ ୭୦ରୁ ଅଧିକ ବିପର୍ଯ୍ୟ କଲ୍ ଆସିଛି । ଉଦ୍ଧାର କାର୍ଯ୍ୟରେ ସେନା, ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ଭୂମିକମ୍ପର କେନ୍ଦ୍ରସ୍ଥଳୀ ହମ୍ବୋଲ୍ଟ କାଉଣ୍ଟି ପାଖରେ ଅଧିକାଂଶ ଲୋକ ଆହତ ହୋଇଛନ୍ତି । ରାଜପଥ ଭାଙ୍ଗି ଯାଇଥିବାବେଳେ ବ୍ରିଜ୍ ଭୂଶୁଡ଼ିପଡ଼ିଛି । ରାସ୍ତା ଭଙ୍ଗିଯିବା କାରଣରୁ ଯାତାୟତା ବାଧାପ୍ରାପ୍ତ ହୋଇଛି । ହମ୍ବୋଲ୍ଟ କାଉଣ୍ଟିର ୪ଟି ରାସ୍ତାକୁ ବନ୍ଦ କରିଦିଆଯାଇଛି ।  

   Related Posts