ଦିଲ୍ଲୀ ଓ ଏନସିଆରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୮, ଥରିଲା ଉତ୍ତରାଖଣ୍ଡ
24/01/2023 at 2:58 PM

ନୁଆଦିଲ୍ଲୀ ୨୪।୧: ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ମଙ୍ଗଳବାର ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ସମେତ ପିଥୋରାଗଡ ଓ ଆଲମୋଡାରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ଏହି କମ୍ପନାର ତୀବ୍ରତା ଏତେ ଥିଲା ଯେ ଲୋକେ ଘରେ ଓ କାର୍ଯ୍ୟାଳୟରେ ମଧ୍ୟ କମ୍ପନ ଅନୁଭବ କରିଥିଲେ। ଏହି କମ୍ପନ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ତେବେ ଭୂମି କମ୍ପ ଯୋଗୁ କୌଣସି ଠାରେ ଧନଜୀବନ ହାନୀ ସମ୍ପର୍କିତ ସୂଚନା ମିଳି ନାହିଁ।
Earthquake of Magnitude:5.8, Occurred on 24-01-2023, 14:28:31 IST, Lat: 29.41 & Long: 81.68, Depth: 10 Km ,Location: Nepal for more information Download the BhooKamp App https://t.co/gSZOFnURgY@ndmaindia @Indiametdept @Dr_Mishra1966 @Ravi_MoES @OfficeOfDrJS @PMOIndia pic.twitter.com/y1Ak7VbvFB
— National Center for Seismology (@NCS_Earthquake) January 24, 2023
ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁସାରେ ଭୂମିକମ୍ପ ମଧ୍ୟାହ୍ନ ୨ଟା ୨୮ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିଲା। ଭୂକମ୍ପର କେନ୍ଦ୍ର ନେପାଳରେ ମାଟିରୁ ୧୦ କିଲୋମିଟର ତଳେ ଥିଲା ବୋଲି କୁହାଯାଇଛି। ଏହା ପୂର୍ବରୁ ଜାନୁୟାରୀ ୫ ତାରିଖରେ ମଧ୍ୟ ଦିଲ୍ଲୀ ଓ ଏନସିଆରରେ ଭୂମିକମ୍ପର ତୀବ୍ର କମ୍ପନ ଅନୁଭୂତ ହୋଇଥିଲା। ସେତେବେଳେ ଜମ୍ମୁ-କାଶ୍ମୀରରେ ମଧ୍ୟ କମ୍ପନ ଅନଭୂତ ହୋଇଥିଲା। ସେତେବେଳେ ଭୂମିକମ୍ପର ତୀବ୍ରତା ୫.୯ ମପା ଯାଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଥିଲା।