ଭୂମିକମ୍ପରେ ଥରିଲା ଦେବଭୂମି ଉତ୍ତରାଖଣ୍ଡ, ରିକ୍ଟର ସ୍କେଲରେ ତିବ୍ରତା ୨.୫ ରେକର୍ଡ

Published By : Prameya-News7 Bureau | February 20, 2023 IST

ନୂଆଦିଲ୍ଲୀ: ଉତ୍ତରଖଣ୍ଡରେ ଭୂମିକମ୍ପ ଝଟକା । ବାଗେଶ୍ବର ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ଏହାର ସ୍କେଲରେ ଏହାର ତିବ୍ରତା ୨.୫ ରେକର୍ଡ କରାଯାଇଥିଲା । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ସୂଚନା ମିଳିନଥିବା ବେଳେ ଭୟଭୀତ ହୋଇଛନ୍ତି ଲୋକ । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମଲୋଜି ରିପୋର୍ଟ ଅନୁଯାୟୀ, ସୋମବାର ସ୍ଥାନୀୟ ସମୟ ୪ଟା ୪୯ମିନିଟରେ ଭୂମିକମ୍ପ ଝଟକା ଲାଗିଛି । ଏହାର କେନ୍ଦ୍ରସ୍ଥଳୀ ଉତ୍ତରାଖଣ୍ଡର ବାଗେଶ୍ବର ନିକଟରେ ରହିଛି ।

ଏହାପୂର୍ବରୁ ରବିବାର ଦୁଇଟି ଭାରତ ଦୁଇଟି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରବିବାର ସକାଳେ ଆନ୍ଧ୍ରପ୍ରେଦଶ ଓ ତେଲଙ୍ଗାନାରେ ଭୂମିକମ୍ପ ଝଟକା ଲାଗିଥିବା ବେଳେ ମଧ୍ୟାହ୍ନରେ ଦୋହଲିଥିଲା ଅରୁଣାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୦ ରେକର୍ଡ କରାଯାଇଥିଲା । ଏଥିରେ କୌଣସି ଜୀବନ ହାନୀ କି କ୍ଷୟକ୍ଷତି ଘଟିନାହିଁ ।

ସେହିପରି ଫେବ୍ରୁଆରୀ ୧୯ ତାରିଖରେ ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଇନ୍ଦୋରରେ ଭୂମିକମ୍ପ ଝଟକା ଲାଗିଛି । ଏହାର ତିବ୍ରତା ୩.୦ ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୦ କିଲୋମିଟର ଦୂରରେ ରହିଛି ।

ଅନ୍ୟପଟେ ତୁର୍କି ଓ ସିରିଆ ଭୟଙ୍କର ଭୂମିକମ୍ପରେ ପ୍ରାୟ ୪୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ୨ ଲକ୍ଷ ୬୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏବେ ବି ଉଦ୍ଧାରକାରୀ ଦଳ ଧ୍ବଂସାବଶେଷ ତଳୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.