ମଣିପୁର ଉଖରୁଲରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୪.୦
4/02/2023 at 8:11 AM

ଇମ୍ଫାଲ: ମଣି ଉଖରୁଲ୍ ସେକ୍ଟରରେ ଭୂମିକମ୍ପ । ଶନିବାର ସକାଳୁ ଥରି ଉଠିଲା ଉଖରୁଲ୍ ଅଞ୍ଚଳ । ରିକ୍ଟରସ୍କେଲ ଏହାର ତିବ୍ରତା ୪.୦ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକ ।

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ରିପୋର୍ଟ ସୂଚନା ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳି ଉଖରୁଲରୁ ୧୦ କିଲୋମିଟର ଗଭୀରତାରେ ରହିଛି । ଏହାପୂର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଥିଲା । ଏହାର ତିବ୍ରତା ରିକ୍ଟର ସ୍କେଲରେ ୩.୨ ରେକର୍ଡ କରାଯାଇଛି । ସେହିପରି ଜାନୁଆରୀ ୩୧ତାରିଖରେ ମଣିପୁରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ୪.୫ ତିବ୍ରତା ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳି ମଣିପୁରର କାମଜୋଙ୍ଗ ଅଞ୍ଚଳରେ ରହିଥିଲା । ସକାଳ ୧୦ଟା ୧୯ ମିନିଟରେ ଅନୁଭୂତ ହୋଇଥିଲା । ଭୂପୃଷ୍ଠରୁ ୬୭ କିଲୋମିଟର ଗଭୀରତାରେ ରହିଛି ।