AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପ, ରିକ୍ଟରସ୍କେଲରେ ତୀବ୍ରତା ୬.୨ ରେକର୍ଡ, ଲୋକଙ୍କୁ ସୁନାମୀ ସତର୍କତା  

16/01/2023 at 8:27 AM

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ବଡ଼ ଭୂମିକମ୍ପ । ପୁଣି ଥରି ଉଠିଲା ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପର ତଟବର୍ତ୍ତୀ ଅଞ୍ଚଳ । ରିକ୍ଟରସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ସୁନାମୀ ଚେତାବନୀ ଦିଆଯାଇଛି ।

ଆମେରିକା ଜିୟୋଲୋଜିକାଲ ସର୍ଭେ ରିପୋର୍ଟ ଅନୁଯାୟୀ, ସୋମବାର ସକାଳ ସାଢେ ୬ଟାରେ ଖୁବ୍ ଜୋର୍ ଭୂମିକମ୍ପ ଝଟକା ଲାଗିଛି । ଭୋରୁ ଥରି ଉଠିଥିଲା ସୁମାତ୍ରା ଦ୍ବୀପର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ । ୟୁଏସଜିଏସ ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳି ଆଚେ ପ୍ରାନ୍ତର ସିଙ୍ଗକିଲ୍ ସହର ଠାରୁ ୪୮ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି । ସେହିପରି ଭୂପୃଷ୍ଠରୁ ୪୮ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରବିନ୍ଦୁ ରହିଛି । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ରିପୋର୍ଟ ମିଳିନଥିବାବେଳେ ଲୋକଙ୍କୁ ସୁନାମୀ ସତର୍କତା ଦିଆଯାଇଛି ।

ଇଣ୍ଡୋନେସିଆ ପାଣିପାଗ ବିଜ୍ଞାନ ଓ ଜଳବାୟୁ ବିଜ୍ଞାନ ଏବଂ ଭୂତତ୍ବ ଏଜେନ୍ସି ଦ୍ବାରା ଭୂମିକମ୍ପର ତିବ୍ରତା ୬.୨ ରେକର୍ଡ କରାଯାଇଛି । ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ ମୁତାବକ, ଏହି ବଡ଼ ଭୂମିକମ୍ପର ଝଟକା କେନ୍ଦ୍ରସ୍ଥଳିରୁ ୧୨୦ କିଲୋମିଟର ଉତ୍ତର-ପୂର୍ବରେ ସ୍ଥିତି ସମତଳ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ଇଣ୍ଡୋନେସିଆ-ପ୍ରଶାନ୍ତ ମହାସାଗରରେ ଥିବା ରିଂଗ ଅଫ୍ ଫାୟାର ଜୋନରେ ପ୍ଲେଟ୍ ଟାକ୍ଟୋନିକ୍ ଥିୟୋରି ପାଇଁ ବାରମ୍ବାର ଭୂମିକମ୍ପ ଝଟକା ଲାଗୁଥିବା କୁହାଯାଉଛି ।

ଗତବର୍ଷ ନଭେମ୍ବର ୨୧ ତାରିଖରେ, ଜାଭା ମୁଖ୍ୟ ଦ୍ବୀପର ଜନବସତି ଅଞ୍ଚଡଳରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟରସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଥିଲା । ଏଥିରେ ୬୦୨ଜଣଙ୍କ ମୃତ୍ୟୁ ହୋଇଥିଲା ।

   Related Posts