ହିମାଚଳରେ ଭୂମିକମ୍ପ ଝଟକା; ଦୋହଲିଲା ସୋଲନ ଜିଲ୍ଲା, ରିକ୍ଟରସ୍କେଲରେ ତିବ୍ରତା ୨.୭୦

Published By : Prameya-News7 Bureau | January 03, 2023 IST

ସିମଲା: ହିମାଚଳ ପ୍ରଦେଶରେ ଭୂମିକମ୍ପ । ସୋଲନ ଜିଲ୍ଲାରେ ମୃଦୁ ଭୂମିକମ୍ପ ଝଟକା ଲାଗିଛି । ମଙ୍ଗଳବାର ସକାଳୁ ସକାଳୁ ହୋଦଲିଲା ଘରଦ୍ବାରା, ବିଲ୍ଡିଂ । ରିକ୍ଟରସ୍କେଲରେ ଏହାର ତିବ୍ରତା ୨.୭୦ ରେକର୍ଡ କରାଯାଇଛି ।

ଜାତୀୟ ସିସ୍ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ସୋଲନ ଜିଲ୍ଲା ସିଲା ରହିଛି । ଏହାର ତିବ୍ରତା ୨.୭୦ ରେକର୍ଡ କରାଯାଇଥିବା ବେଳେ ଭୂ-ପୃଷ୍ଠରେ କେନ୍ଦ୍ରସ୍ଥଳୀ ୫କିଲୋମିଟର ଗଭୀରତାରେ ରହିଛି । ମଙ୍ଗଳବାର ଭୋର ୫ଟା ୩୩ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ପ୍ରଭାବ କେନ୍ଦ୍ରସ୍ଥଳୀ ଠାରୁ ୪୩ କିଲୋମିଟର ପର୍ଯ୍ଯନ୍ତ ରହିଥିଲା । ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ୩୧ ଡିସେମ୍ବରରେ ଭୂମିକମ୍ପ ଝଟକା ଲାଗିଥିଲା । ଏହାର କେନ୍ଦ୍ରସ୍ଥଳୀ ସୁନ୍ଦରନଗର ରହିଥିଲା । ଟକ୍ଟରସ୍କେଲରେ ତିବ୍ରତା ୨.୮୦ ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.