ଆର୍ଜେଣ୍ଟିନାରେ ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲରେ ତିବ୍ରତା ୬.୫ ରେକର୍ଡ, ଭୟଭୀତ ଲୋକେ

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶ ଆର୍ଜେଣ୍ଟିନାରେ ଭୂକମ୍ପ ଝଟକା । କାର୍ଡୋବା ସହରରେ ଜୋରଦାର୍ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୫ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳି କର୍ଡୋବା ସହର ଉତ୍ତର ପ୍ରାନ୍ତରେ ୫୧୭ କିଲୋମିଟର ଏବଂ ଭୂପୃଷ୍ଠ ଠାରୁ ୫୮୬ କିଲୋମିଟର ଗଭୀରତାରେ ରହିଛି ।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ରିପୋର୍ଟ ମୁତାବକ, ଶନିବାର ସ୍ଥାନୀୟ ସମୟ ପ୍ରାୟ ୩ଟା ୩୯ମିନିଟରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୫ ରେକର୍ଡ କରାଯାଇଛି । ଭୂମିକମ୍ପରେ କ୍ଷୟକ୍ଷତିକୁ ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ ପରେ ଲୋକ ନିଜ ନିଜ ଘରୁ ବାହାରିକି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି ।

ଏହା ପୂର୍ବରୁ ଜାନୁଆରୀ ୧୬ତାରିଖରେ ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ସୁମାତ୍ରା ଦ୍ବୀପର ସମୁଦ୍ର ଉପକୂଳବର୍ତ୍ତି  ଅଞ୍ଚଳରେ ଝଟକା ଲଗିଥିଲା । ରିକ୍ଟର ସ୍କେଲରେ ଏହାର ୬.୧ ତିବ୍ରତା ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳି ଆଚେ ପ୍ରାନ୍ତର ସିଙ୍ଗକିଲ୍ ସହର ଠାରୁ ୪୮ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଥିବା ବେଳେ ୪୮ କିଲୋମିଟର ଗଭୀରତାରେ ରହିଛି ।

୨୦୨୨ ନଭେମ୍ବର ୨୧ ତାରିଖରେ ଭୟଙ୍କର ଭୂମିକମ୍ପ ହୋଇଥିଲା । ଏଥିରେ ପ୍ରାୟ ୫୬ଜଣ ଲୋକ ପ୍ରାଣ ହରାଇବା ସହିତ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଭୂକମ୍ପର ତିବ୍ରକତା ୫.୪ ରେକର୍ଡ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.