ଜାମ୍ମୁ-କାଶ୍ମୀରର କିଶତଓ୍ବାଡ଼ରେ ମୃଦୁ ଭୂମିକମ୍ପ, ରିକ୍ଟରସ୍କେଲରେ ତିବ୍ରତା ୩.୬ ରେକର୍ଡ
9/01/2023 at 8:26 AM

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟକା । ରବିବାର ବିଳମ୍ବିତ ରାତିରେ ଦୋହଲିଲା କିଶତଓ୍ବାଡ଼ । ରିକ୍ଟରସ୍କେଲର ୩.୬ ତିବ୍ରତା ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକ ।

ସେଣ୍ଟର ଫର୍ ସିସମୋଲୋଜିର ରିପୋର୍ଟ ଅନୁଯାୟୀ, ଜାମ୍ମୁ-କାଶ୍ମୀରର କିଶତଓ୍ବାଡ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରବିବାର ରାତି ୧୧.୧୨ ମିନିଟରେ ହଠାତ୍ ଦୋହଲି ଥିବା ଭୂପୃଷ୍ଠ । ଭୂମିକମ୍ପ ପରେ ଭୟଭୀତ ହୋଇ ଲୋକେ ଘର ବାହାରକୁ ଚାଲିଆସିଥିଲେ । ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୩.୬ ରେକର୍ଡ କରାଯାଇ ଥିବାବେଳେ ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ରହିଛି ।
ଜାନୁଆରୀ ୫ତାରିଖରେ ଦିଲ୍ଲୀ NCRରେ ଭୂମିକମ୍ପ ଝଟକା ଲଗିଥିଲା । ଏହାର ତିବ୍ରବା ୫.୯ ମପା ଯାଇଥିଲା । ଏହାର କେନ୍ଦ୍ରସ୍ଥଳି ଆଫଗାନିସ୍ତାନର ହିନ୍ଦୁ ଅଞ୍ଚଳରେ ରହିଥିଲା ।