ଭୁବନେଶ୍ବର ୨୧।୪: ୨୦୨୪ ବିଶ୍ୱ ପୃଥିବୀ ଦିବସର ଥିମ୍ ‘ପ୍ଲାନେଟ୍ ବନାମ ପ୍ଲାଷ୍ଟିକ୍’ ପରିବେଶ ଉପରେ ପ୍ଲାଷ୍ଟିକ୍ ପ୍ରଦୂଷଣ କିଭଳି ପ୍ରଭାବ ପକାଉଛି ସେ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ତାର ସମାଧାନ ପାଇଁ ପ୍ରୋତ୍ସାହିତ କରିବା । ଶିକ୍ଷା, ସଚେତନ ଏବଂ କାର୍ଯ୍ୟ ମାଧ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର କ୍ଷତିକାରକ ପ୍ରଭାବରୁ କିଭଳି ବିଶ୍ବକୁ ରକ୍ଷା କରିବା ।
ସାତ୍ବିକ ସୋଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସତ୍ୟବ୍ରତ ସାମଲ ଏବଂ ୧୦୦ରୁ ଅଧିକ ସ୍ବେଚ୍ଛାସେବୀ ଝୁମକା ଡ୍ୟାମ୍ରେ ପୃଥିବୀ ଦିବସ ଉପରେ ଏକ ସ୍ବତନ୍ତ୍ର ପ୍ଲଗିଂ କରାଯାଇଥିଲା । ୟୁନିସେଫ, ୟୁଥ ଫର୍ ଓ୍ବାଟର ପ୍ଲସ, ଇକୋ ସାଥି, ଲାଇଫ, EARTHDSY.ORG, ରିସାଇକେଲ୍ ପେ’, ଆତ୍ମସାଥୀ ଟ୍ରଷ୍ଟି, ୟଙ୍ଗ ଇଗଲ୍, ମ୍ୟାଙ୍ଗୋ ହୋଟେଲ, ରାଉଣ୍ଡ ଟେବୁଲ ସହଯୋଗରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା ।
ଡ୍ୟାମ ନିକଟରେ ମେଗା ପ୍ଲଗିଂ ଏବଂ ପୃଥିବୀ ଦିବସ ପାଳନ ପାଇଁ ସମସ୍ତେ ଏକତ୍ରିକ ହୋଇଥିଲେ । ଏଥିରେ ଅଂଶଗ୍ରହଣକାରୀମାନେ କେବଳ ଶାରୀରିକ ବ୍ୟାୟାମରେ ନିୟୋଜିତ ହୋଇନଥିଲେ ବରଂ ରାସ୍ତାରେ ଆବର୍ଜନା ସଂଗ୍ରହ କରି ପରିବେଶ ସଂରକ୍ଷଣରେ ମଧ୍ୟ ସହଯୋଗ କରିଥିଲେ । ଡ୍ୟାମ ନିକଟ ଅଞ୍ଚଳ ଉପରେ ଧ୍ୟାନ ଦେଇ ଅଂଶଗ୍ରହଣକାରୀମାନେ ଆବର୍ଜନାକୁ ଜଳପଥରେ ପ୍ରବେଶ କରାଇବା ଏବଂ ଜଳୀୟ ଇକୋସିଷ୍ଟମ ଉପରେ ପ୍ରଭାବ ପକାଇ ପାରିବେ ବୋଲି ସେ ନେଇ ଆଲୋକପାତ କରାଇଥିଲେ ।
You Can Read :
୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ, ୪୩ ଡିଗ୍ରୀ ପାର୍ ହେଲା ୯ ସହରର ତାପମାତ୍ରା