ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ବ୍ରିଟେନ ଗୁମ୍ଫାରୁ ମିଳିଲା ୧୧ ହଜାର ବର୍ଷର ପୁରୁଣା ଇତିହାସ, ଯାହା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…

8/02/2023 at 12:30 PM

ବ୍ରିଟେନ ୦୮।୦୨: ବ୍ରିଟେନର ପ୍ରତ୍ନତତ୍ତ୍ୱବିତମାନେ ଏକ ପ୍ରାଚୀନ ଗୁମ୍ପା ଖନନ କରିଛନ୍ତି । ଖନନରୁ ଯାହା ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପ୍ରତ୍ନତତ୍ତ୍ୱବିତମାନେ ଏହି ଗୁମ୍ପାରୁ ୧୧ ହଜାର ବର୍ଷ ପୁରୁଣା ମଣିଷ ମୃତଦେହ ପାଇଛନ୍ତି । ଏହି ଗୁମ୍ପାଟି ବ୍ରିଟେନର କାମ୍ବ୍ରିଆରେ ରହିଛି । 

ପ୍ରତ୍ନତତ୍ତ୍ୱବିତମାନେ କହିଛନ୍ତି ଯେ, ଏହି ଆବିଷ୍କାର ପ୍ରାଚୀନ ଇତିହାସ ଜାଣିବାରେ ବେଶ୍ ସହାୟକ ହେବ । ପ୍ରଥମ ଥର ପାଇଁ ୧୯୫୮ ମସିହାରେ ଏହି ଗୁମ୍ଫାରେ ସନ୍ଧାନ ଆରମ୍ଭ ହୋଇଥିଲା । ତା’ପରେ ୨୦୧୬ରେ, ପୁଣି ଥରେ ପ୍ରତ୍ନତତ୍ତ୍ୱବିତମାନ ଏହି ଗୁମ୍ଫାରେ ଖନନ ପାଇଁ ବାହାରିଲେ । ଏହି ଖନନ ବେଳେ ପ୍ରତ୍ନତତ୍ତ୍ୱବିତମାନେ କିଛି ପଥର ଅସ୍ତ୍ର, ପଶୁମାନଙ୍କର ଅବଶିଷ୍ଟାଂଶ ଏବଂ ମାଟିର କିଛି ପାତ୍ର ପାଇଥିଲେ । ୨୦୨୨-୨୩ ମସିହାରେ, ପୁନର୍ବାର ପ୍ରତ୍ନତତ୍ତ୍ୱବିତମାନେ ଏହି ପ୍ରାଚୀନ ଗୁମ୍ଫାରେ ସନ୍ଧାନ ଆରମ୍ଭ କରିଥିଲେ । ଏହି ସନ୍ଧାନର ନେତୃତ୍ବ ନେଇଥିଲେ ମାର୍ଟିନ ଷ୍ଟେବଲ୍ସ । ସନ୍ଧାନ ଚାଲିଥିବା ବେଳେ ସେମାନଙ୍କୁ ମିଳିଥିଲା ୧୧ ହଜାର ବର୍ଷର ମାନବ ମୃତଦେହ । ଏହି ଅବଶିଷ୍ଟାଂଶଗୁଡିକ ମେସୋଲିଥିକ୍ ଯୁଗର ଅଟେ ବୋଲି ଆକଳନ କରାଯାଉଛି ।

 ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ଏହି ଗୁମ୍ଫା ତିନୋଟି ଯୁଗ ସହିତ ଜଡିତ । ପ୍ରାଚୀନ କାଳରେ ଏହି ଗୁମ୍ପାରେ ଶବକୁ କବର ଦେବା ପାଇଁ ବ୍ୟବହୃତ କରାଯାଉଥିଲା । ଏଥିରେ ୧୧ ହଜାର ବର୍ଷ ପୁରୁଣା ମେସୋଲିଥିକ୍ ଯୁଗ, ୫୫୦୦ ବର୍ଷ ପୁରୁଣା ନିଓଲିଥିକ୍ ଅବଧି ଏବଂ ୪ ହଜାର ବର୍ଷ ପୁରୁଣା ବ୍ରୋଞ୍ଜ ଯୁଗରେ ଅନ୍ତର୍ଭୁକ୍ତ ରହିଛି । ଲାନକାଶିର୍ ବିଶ୍ୱବିଦ୍ୟାଳୟର ଡାକ୍ତର ପିଟରସନ କହିଛନ୍ତି ଯେ ଏହା ଏକ ଚମତ୍କାର ଆବିଷ୍କାର ।

   Related Posts