AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

‘ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ ଏକାଠି କରିବୁ’, ଜୟଶଙ୍କରଙ୍କୁ ପ୍ରତିଶ୍ରୁତି ଦେଲେ ଫ୍ରାନ୍ସର ବିଦେଶ ମନ୍ତ୍ରୀ

14/09/2022 at 11:19 PM

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଫ୍ରାନ୍ସ ବିଦେଶ ମନ୍ତ୍ରୀ କ୍ୟାଥରିନ କୋଲୋନା ଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ବୈଠକ ପରେ ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ୟୁକ୍ରେନ ଯୁଦ୍ଧ, ହିନ୍ଦ ପ୍ରଶାନ୍ତ କ୍ଷେତ୍ରରେ ଉତ୍ତେଜନା, କରୋନା ମହାମାରୀ, ଆଫଗାନିସ୍ତାନ ପରି ପ୍ରସଙ୍ଗ ଉପରେ ଚର୍ଚ୍ଚ ହୋଇଛି।

ଅନ୍ୟପଟେ ଫ୍ରାନ୍ସ ବିଦେଶ ମନ୍ତ୍ରୀ କୋଲୋନା କହିଛନ୍ତି, ୟୁକ୍ରେନରେ ଯାହା କିଛି ଘଟୁଛି ତାହା କେବଳ ୟୁରୋପ ନୁହେଁ ବରଂ ସାରା ବିଶ୍ୱ ପାଇଁ ଗମ୍ଭୀର ମାମଲା । ଏହାସହ ସେ କହିଛନ୍ତି,’ ଫ୍ରାନ୍ସ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରିବ ଏବଂ ଆପଣଙ୍କୁ ମନେ ପକାଇବାକୁ ଚାହିଁଛି ଯେ, ଫ୍ରାନ୍ସ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ ଏକାଠି କରାଇବ’।

ଏହି ଅବସରରେ ଭାରତର ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଦୁଇ ଦେଶ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ତ୍ରିପାକ୍ଷିକ ସହଯୋଗକୁ ଆଗକୁ ବଢାଇବା ଦିଗରେ କାମ କରିବା ଉପରେ ସହମତି ପ୍ରକାଶ କରିଛନ୍ତି । ସେହିପରି ଆଇଏସଏ ଏବେ ତିନି ଦେଶରେ ପରିଯୋଜନା କରିଛି, ଯାହା ଭାରତ ଏବଂ ଫ୍ରାନ୍ସ ଦ୍ୱାରା ଭୂଟାନ, ପାପୁଆ ନ୍ୟୁ ଗିନି ଏବଂ ସେନେଗଲରେ ଏକ ସାଙ୍ଗରେ କରାଯାଇଥିବା ପ୍ରଭାବକୁ ଦର୍ଶାଉଛି।

ଏହାପରେ ଫ୍ରାନ୍ସ ବିଦେଶ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଦ୍ୱିପାକ୍ଷିକ ଏବଂ ପରସ୍ପରର ହିତ ସହ ଅନ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ସହ ପିଏମ ମୋଦୀଙ୍କୁ ରାଷ୍ଟ୍ରପତି ମାକ୍ରନଙ୍କ ବନ୍ଧୁତା ଏବଂ ସହଯୋଗର ସନ୍ଦେଶ ଦେଇଛନ୍ତି।

   Related Posts