୭୭ ବର୍ଷ ପୁରୁଣା ଜାତିସଂଘକୁ ନୂଆ ରୂପ ଦେବାର ଆବଶ୍ୟକତା, ଜୟଶଙ୍କର କହିଲେ- ବିଦେଶ ରଣନୀତିର ଗୁରୁତ୍ୱପୂର୍ଣ ଅଂଶ

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ: ୭୭ ବର୍ଷ ପୁରୁଣା ସଂଗଠନ ଜାତିସଂଘକୁ ନୂଆ ରୂପ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି ଯେ ମିଳିତ ଜାତିସଂଘରେ ବଡ଼ ପରିବର୍ତ୍ତନ ଉପରେ ଜୋର ଦେବା ନୂଆଦିଲ୍ଲୀର ବିଦେଶ ରଣନୀତିର ଗୁରୁତ୍ୱପୂର୍ଣ ଅଂଶ । ଅଷ୍ଟ୍ରିଆର ରାଜଧାନ ଭିୟନାରେ ନିଜ ସମ୍ୱୋଧନରେ କେନ୍ଦ୍ରମନ୍ତ୍ରୀ ଏହି ଟିପ୍ପଣୀ କରିଛନ୍ତି । ଏହି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ ।

ଜୟଶଙ୍କର କହିଛନ୍ତି, 'ପରିବର୍ତ୍ତନର ଆବଶ୍ୟକତା ରହିଛି । ଦୁନିଆର ଏକ ବଡ଼ ଅଂଶ ଏହା ସ୍ୱୀକାର କରୁ ନାହିଁ ଯେ ଜାତିସଂଘ ନିରପେକ୍ଷ ଭାବେ ସ୍ୱର ଉଠାଉଛି । ୟୁଏନଏସସିରେ ଅନେକ ଦିନରୁ ପଡିରହିଥିବା ସୁଧାର ପାଇଁ ହୋଇଥିବା ପ୍ରୟାସରେ ଭାରତ ସବୁଠୁ ଆଗରେ ରହିଛି । ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ଯୋଗ୍ୟ'।

ଜୟଶଙ୍କର କହିଛନ୍ତି, 'ସମସ୍ୟା ଏହା ଯେ ଯେଉଁମାନେ ପ୍ରଭାବଶାଳୀ, ସ୍ପଷ୍ଟ ରୂପେ ନିଜର ପ୍ରଭାବ କମ ହେବା ଦେଖିବାକୁ ଚାହୁଁ ନାହାନ୍ତି । ଏପରି ସ୍ଥିତିରେ ସେମାନଙ୍କୁ ପରିବର୍ତ୍ତନ ପାଇଁ କିପରି ରାଜି କରାଇ ପାରିବୁ, ଯେଉଁମାନେ ନିଜର ଲାଭ ପାଇଁ ପୁରୁଣା ପ୍ରଣାଳୀକୁ ଜାବୁଡି ଧରିଛନ୍ତି'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.