ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ଗଡିବ ଇ-ଯାନ, ଖୁବଶୀଘ୍ର ମିଳିପାରେ ଅନୁମୋଦନ

Published By : Prameya-News7 Bureau | August 25, 2021 IST

ଭୁବନେଶ୍ୱର ୨୫।୦୮: ରାଜ୍ୟରେ ଖୁବଶୀଘ୍ର ଗଡ଼ିବ ଇ-ଯାନ । ପ୍ରଦୂଷଣ ହାରକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଇ-ଯାନ’ ନୀତି ଆପଣାଯାଇଛି । ଏହିକ୍ରମରେ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଗଡ଼ିବ ଇ-ଯାନ ନେଇ ଯୋଜନା ଚାଲିଛି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ରାଜ୍ୟରେ ଇ-ଯାନ ଚଳାଚଳ ନେଇ ପରିବହନ ବିଭାଗ ପକ୍ଷରୁ ଅଣାଯାଇଥିବା ଚିଠା ପ୍ରସ୍ତାବକୁ ଖୁବଶୀଘ୍ର କ୍ୟାବିନେଟ ଅନୁମୋଦନ ମିଳିବା ନେଇ ସୂଚନା ରହିଛି । ପ୍ରଦୂଷଣ ହାରକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଇ-ଯାନ’ନୀତି ଆପଣାଯାଇଛି । ଏହି କ୍ରମରେ ଦିଲ୍ଲୀ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଭଳି ବହୁ ରାଜ୍ୟ ‘ଇ-ଯାନ’ ନୀତି ଆପଣାଇବା ସହିତ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି । ବହୁ ଦିନ ତଳୁ ପରିବହନ ବିଭାଗ ଚିଠା ପ୍ରସ୍ତାବ ଆଣିଥିଲେ ବି ହୋଇ ପାରୁନଥିଲା କାର୍ଯ୍ୟକାରୀ । ଏବେ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଗଡିବ ଇଲେକଟ୍ରିକ ଭେହିକିଲ ବା ଇ-ଯାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.