ଇ-ଟିକେଟ ଠକେଇ:ଭୁବନେଶ୍ୱରରୁ ଜଣେ ଗିରଫ,୭୦୦ ଇ ଟିକେଟ ଜବତ
15/02/2020 at 6:11 PM

ଭୁବନେଶ୍ୱର ୧୫।୦୨ – ଇ-ଟିକେଟ ଠକେଇରେ ଜଣେ ଗିରଫ। ଆରପିଏଫ ଦ୍ଵାରା ଅନଲାଇନ୍ ଟ୍ରେନ ଟିକେଟ ରେ ଠକେଇଅଭିଯୋଗରେ ବିଷ୍ଣୁପ୍ରସାଦ ପଟ୍ଟନାୟକ ନାମକ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି ।
ତାଙ୍କ ଘର ପୁରୀ ଡେଲାଙ୍ଗ ଅଂଚଳରେ, ଭୁବନେଶ୍ୱର ରେ ରହି ଏହି ବିଭିନ୍ନ ଟ୍ରାଭେଲ ଏଜେନ୍ସି ସହ ଯୋଗାଯୋଗରେ ଅସାଧୁ ଉପାୟରେ ଏହି ବ୍ୟବସାୟ କରୁଥିଲା।
ପାଖାପାଖି ୪୦ ଟି ଭିନ୍ନ ଭିନ୍ନ ୟୁଜର ଆଇଡି ପାସଓ୍ବାର୍ଡ କରି ଟିକେଟ ଠକେଇ କରୁଥିଲା। ୭୦୦ ଟି ଟିକେଟ ଜବତ ହୋଇଛି। ଅଭିଯୁକ୍ତ ବିରୋଧ ରେ ୧୪୩ ରେଲୱେ ଆକ୍ଟ ଲାଗିଛି। ଅଭିଯୁକ୍ତ ଠାରୁ ତିନୋଟି ମୋବାଇଲ ଗୋଟିଏ ଲାପଟୋପ ଜବତ କରିଛି ଆରପିଏଫ ।ଏ ବିଷୟରେ ଆରପିଏଫ ଆଇଆଇସି କେ. ସେଠୀଙ୍କ ସୂଚନା ଦେଇଛନ୍ତି ।
Related Posts
କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ, ମିଳୁନି ପତ୍ତା
11 August 2022