ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜିଠାରୁ ଆରମ୍ଭ ହୋଇଛି ଇ-ଅଫିସ୍ ବା ଡ଼ିଜିଟାଲ୍ ବ୍ୟବସ୍ଥା
18/09/2018 at 7:25 PM

ପୁରୀ ୧୮/୯ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଇ-ଅଫିସ୍ ବା ଡ଼ିଜିଟାଲ୍ ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ଜାନୁୟାରୀରୁ ସଂପୁର୍ଣ୍ଣ ଡ଼ିଜିଟାଲ ବ୍ୟବସ୍ଥା ଉପଲବ୍ଧ ହେବ। ରାଜ୍ୟ NIC ର ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମସ୍ତ ପୁରାତନ ଫାଇଲ୍ ଓ ରେକର୍ଡ଼କୁ ଇଲୋକ୍ଟ୍ରନିକ୍ ଫର୍ମରେ ଉପଲବ୍ଧ କରାଇବା କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ଫାଇଲ୍ ଅନଲାଇନ୍ ମାଧ୍ୟମରେ ମୁଭମେଣ୍ଟ ହେବ। ଏହାଦ୍ୱାରା ସ୍ୱଛତା, ସମସ୍ତ ଫାଇଲର ସଂରକ୍ଷଣ ଓ ପୂର୍ବରୁ ସମୟ ସାପେକ୍ଷ ହେଉଥିବା ଫାଇଲ୍ କାର୍ଯ୍ୟର ସରଳୀକରଣ ହୋଇପାରିବ। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଓ୍ୱେବସାଇଟ୍, ଅନଲାଇନ୍ ଡ଼ୋନେସନ୍ ଏବଂ ଅନଲାଇନ୍ ବିଲିଙ୍ଗ ବ୍ୟବସ୍ଥା ହୋଇଥିଲା। ବୈଷୟିକ ଅଧିକାରୀଙ୍କ ସହଯୋଗରେ ଇଣ୍ଟ୍ରା ବେସଡ଼୍ ସିଷ୍ଟମ କରାଯାଇଛି। ଏହାଦ୍ୱାରା ହ୍ୟାକିଂର ଭୟ ମଧ୍ୟ ରହିବ ନାହିଁ। ପୂର୍ବରୁ ଏଥିପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏବେ ସମସ୍ତ ଫାଇଲ୍ ଓ ରେକର୍ଡ଼ର ସ୍କାନିଂ କରି ଅନଲାଇନ୍ ମୁଭମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି।