ଜୁଲାଇରୁ ଇ-କମର୍ସ କମ୍ପାନିଙ୍କ ଡିସ୍କାଉଣ୍ଟ ବର୍ଷା, ସବୁ ପ୍ରଡକ୍ଟ ଉପରେ ମିଳିବ ବଡ଼ ରିହାତି

Published By : Prameya-News7 Bureau | July 07, 2024 IST

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ବଡ଼ ଖବର । ଖୁବ୍‌ଶୀଘ୍ର ଫ୍ଲିପକାର୍ଟ ଏବଂ ଆମାଜନ ଭଳି ଇ-କମର୍ସ କମ୍ପାନି ଆଣିବାକୁ ଯାଉଛନ୍ତି ବଡ଼ ସେଲ୍‌। ବିଶେଷ କରି ଗ୍ରାହକଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ପୋଷାକରେ ମିଳିବ ଆଖିଦୃଶିଆ ରିହାତି। ଏମିତିରେ ମୋବାଇଲ, ଟିଭି, ରେଫ୍ରିଜଟର କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ଏହା ଏକ ଭଲ ଖବର ନିଶ୍ଚୟ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫ୍ଲିପ୍‌କାର୍ଟ, ଆମାଜନ ଭଳି ଇ-କମର୍ସ ପ୍ଲାଟଫର୍ମମାନେ ଆସନ୍ତା ପାର୍ବଣ ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ପ୍ରକୃତରେ ଇ-କମର୍ସ ପ୍ଲାଟଫର୍ମମାନଙ୍କୁ ଜାନୁଆରୀରୁ ଜୁନ୍‌ ମଧ୍ୟରେ ବ୍ୟବସାୟରେ ମାନ୍ଦାବସ୍ଥାର ସାମ୍‌ନା କରିବାକୁ ପଡ଼ିଛି। ତେଣୁ ଏମିତି ସ୍ଥିତିରେ ଇ-କମର୍ସ କମ୍ପାନିମାନେ ଏହି ଷ୍ଟକ୍‌କୁ ପାର୍ବଣ ପୂର୍ବରୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଛନ୍ତି। ଆଉ ଷ୍ଟକ୍ ସାରିବାକୁ ବଡ଼ ଡିସ୍କାଉଣ୍ଟ ଦେବାକୁ ଯୋଜନା କରିଛନ୍ତି। 

ଆହୁରି ମଧ୍ୟ ଚଳିତ ବର୍ଷ ଏସିର ଅଧିକ ଚାହିଦା ରହିଥିଲା। ତେଣୁ ଏସି ବିକ୍ରିରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଥିଲା। ଫଳରେ ଏହାର ପ୍ରଭାବ ଅନ୍ୟ ଇଲକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ମଧ୍ୟ ପଡ଼ିଥିଲା ବୋଲି କହିଛନ୍ତି ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ। ବିଶେଷଜ୍ଞଙ୍କ ଅନୁଯାୟୀ, ଜୁଲାଇରେ ଆସିବାକୁ ଥିବା ଏହି ସେଲ୍‌ କୋଭିଡ୍‌ ପରଠାରୁ ହୋଇଥିବା ସେଲ୍‌ ମଧ୍ୟରେ ସବୁଠୁ ବଡ଼ ହେବ। ଏହି ସେଲ୍‌ରେ ଗ୍ରାହକଙ୍କୁ ମିଳିବ ଏପର୍ଯ୍ୟନ୍ତର ସର୍ବାଧିକ ଡିସ୍କାଉଣ୍ଟ। ସେହିଭଳି ଆମାଜନ ଓ୍ବାୟାରଲେସ ଏବଂ ହୋମ ଏଣ୍ଟରଟେନମେଣ୍ଟର ଡାଇରେକ୍ଟର ରଞ୍ଜିତ ବାବୁ କହିଛନ୍ତି ‘‘ ପ୍ରାଇମ ଡେ ସେଲରେ ଆପଲ, ସାମସଙ୍ଗ ଏବଂ ଏଲଜି ଭଳି ବଡ଼ ବ୍ରାଣ୍ଡ ଉପରେ ବଡ଼ ଡିସ୍କାଉଣ୍ଟ ମିଳିବ।

ସୂଚନା ଅନୁଯାୟୀ, ଆମାଜନ ଚଳିତ ମାସର ଶେଷ ସୁଦ୍ଧା ପ୍ରାଇମ ଡେ ଆରମ୍ଭ କରିବାକୁ ଯାଉଛି। ଏହି ସମୟରେ ଫ୍ଲିପ୍‌କାର୍ଟ ମଧ୍ୟ ସେଲ୍‌ ପାଇଁ ଯୋଜନା କରିଛି। ଏହା ସ୍ବାଧୀନତା ଦିବସ ସେଲ୍‌ ଭାବରେ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ଦିପାବଳୀ ବେଳକୁ ଫ୍ଲିପକାର୍ଟର ବିଗ୍ ବିଲିୟନ ଡେ ଏବଂ ଆମାଜନ ଗ୍ରେଟ ଇଣ୍ଡିଆନ୍‌ ଫେଷ୍ଟିଭାଲ ଆଣିବାକୁ ଯାଉଛି। ଅନ୍ୟପଟେ ଜିଓ ମାର୍ଟ, ରିଲାଏନ୍ସ ଆଜିଓ, ଟାଟା ନ୍ୟୁ ମଧ୍ୟ ଏହି ସମୟରେ ସେଲ୍‌ ଆଣିବାକୁ ଯାଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.