ଏଣିକି ଟ୍ରାଫିକ୍ ନିୟମ ଉଲଂଘନ କଲେ ଘରକୁ ଯିବ ଇ-ଚାଲାଣ

Published By : Prameya-News7 Bureau | November 30, 2019 IST

ଭୁବନେଶ୍ବର ୩୦।୧୧: ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ପୋଲିସର ନୂଆ ଫଣ୍ଡା । ଏଣିକି ଡାକରେ ଘରକୁ ଯିବ ଇ-ଚାଲାଣ ।  ଟ୍ରାଫିକ୍ ରେ ଗାଡି ଚାଳକଙ୍କୁ ଅଧିକ ସମୟ ଅଟକାଇ ରଖାଯିବନି ।  RTO ଖାତାରେ ହିଁ ନାଁ ଦରଜ ବ୍ୟକ୍ତିଙ୍କ ନାଁରେ ପଡିବ ଫାଇନ୍ । ଗାଡି ଟିକସ ଦାଖଲ ବେଳେ ଏହି ଫାଇନ୍ ସୁଧମୂଳ ସହ ଆଦାୟ କରାଯିବ ।

ଏନେଇ ରୂପାଲି ଛକରେ ଲାଗିଛି ରାଜ୍ୟର ପ୍ରଥମ TVDS ମେସିନ୍ । ମେସିନ୍ ଦ୍ବାରା ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଚାଳକଙ୍କ ନମ୍ବର ଠାବ ହେବା ପରେ ଘରକୁ ପଠାଯିବ ଇ-ଚାଲାଣ । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି ।

ଆସନ୍ତାକାଲିଠାରୁ ରାଜ୍ୟରେ ଟ୍ରାଫିକ୍ ନିୟମ ମଧ୍ୟ କଡ଼ାକଡ଼ି ଭାବେ ଲାଗୁ କରାଯିବ । ହେଲମେଟ ନ ପିନ୍ଧିବା, ବାଇକରେ ୩ ଜଣ ଯିବା, ଟ୍ରାଫିକ ନିୟମ ଉଲ୍ଲଙ୍ଘନ, ଗାଡ଼ି ଚାଳନା ସମୟରେ ମୋବାଇଲରେ କଥା ହେବା ଓ ମଦ ପିଇ ଗାଡ଼ି ଚାଳନା କଲେ ଫାଇନ ଆଦାୟ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.