ଇ-ବାଇକ୍ ସୋ'ରୁମରେ ନିଆଁ, ପୋଡିହୋଇ ୬ ମୃତ

Published By : Prameya-News7 Bureau | September 13, 2022 IST

ନୂଆଦିଲ୍ଲୀ, ୧୩|୦୯: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ବଡ ଅଘଟଣ । ଏଠାରେ ଏକ ବାଇକ୍ ସୋରୁମରେ ନିଆଁ ଲାଗିଯାଇଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୬ ଜଣ ପୋଡି ହୋଇ ପ୍ରାଣ ହରାଇଛନ୍ତି । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି ।

ହାଇଦ୍ରାବାଦ ନର୍ଥ ଜୋନ୍ ଡିସିପିଙ୍କ କହିବାନୁସାରେ, ସିକନ୍ଦରାବାଦ ପାସପୋର୍ଟ ଅଫିସ ପାଖରେ ଥିବା ଇଲେକ୍ଟ୍ରିକ୍ ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିବା ଖବର ମିଳିଥିଲା । ସୋରୁମର ଉପରେ ଏକ ହୋଟେଲ୍ ରହିଛି । ଯେଉଁଠାରେ ଅନେକ ଲୋକ ଫସି ଯାଇଥିଲେ । ଏଥିରେ ଏବେସୁଦ୍ଧା ୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ବ୍ୟାଟେରୀ ଚାର୍ଜରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି ।

ଏହାପୂର୍ବରୁ ମଧ୍ୟ ତାମିଲନାଡୁରେ ସମାନ ଘଟଣା ଘଟିଥିଲା । ପୋରୁର-କୁନ୍ଦରାତୁର ନିକଟରେ ଥିବା ଏକ ଇ-ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିଲା । ବ୍ୟାଟେରୀ ଚାର୍ଜ ବସାଇବା ବେଳେ ଏହି ଅଘଟଣ ଘଟିଥିଲା । ଯେଉଁଥିରେ ପ୍ରାୟ ୧୭ଟି ବାଇକ୍ ଜଳିଯାଇଥିଲା ।

ନିଆଁ ଲାଗିବା ପରେ ସୋରୁମରୁ ପ୍ରବଳ ଧୂଆଁ ବାହାରିଥିଲା । ଲୋକେ ବିଚଳିତ ହୋଇଯାଇଥିଲେ । ତେବେ ଏଥିରେ କେହି ମୃତାହତ ହୋଇନଥିଲେ । ସ୍ଥାନୀୟ ଲୋକ ଓ ଦମକଳ ବିହାନୀ ସହାୟତାରେ ନିଆଁକୁ କାବୁ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.