scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇ-ବାଇକ୍ ସର୍ଭିସିଂ ସେଣ୍ଟରରେ ଅଗ୍ନିକାଣ୍ଡ, ୩୦ଲକ୍ଷ ଟଙ୍କାର ସମ୍ପତ୍ତି ସ୍ୱାହା

18/12/2022 at 3:22 PM

କାଞ୍ଚିପୁରମ ୧୮।୧୨: ତାମିଲନାଡୁ କାଞ୍ଚିପୁରମସ୍ଥିତ ଏକ ଇ-ବାଇକ୍ ସର୍ଭିସିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୪୦ଟି ଇ-ବାଇକ୍‌ ଜଳିଯାଇଥିବା ବେଳେ ପାଖାପାଖି ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଶନିବାର ବିଳମ୍ବିତ ରାତ୍ରିରେ ହୋଇଥିଲା। କାଞ୍ଚିପୁରମ ୟେରିକ୍କରାଇ ସୁନ୍ଦରା ବିନାୟକ ନଗର ଇ-ବାଇକ୍ ସର୍ଭିସିଂ ସେଣ୍ଟରରେ ଏହି ଅଗ୍ନିକାଣ୍ଡ ହୋଇଛି।

ସର୍ଭିସିଂ ସେଣ୍ଟରରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଗ୍ରାମୀଣ ପୋଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ। ଦମକଳ ପହଞ୍ଚି ପ୍ରାୟ ଘଣ୍ଟାଏ କାଳ ଉଦ୍ୟମ କରିବା ପରେ ନିଆଁ ଆୟତ୍ତ ହୋଇଛି। ତେବେ ସେତେବେଳେକୁ ସର୍ଭିସିଂ ସେଣ୍ଟରକୁ ସର୍ଭିସ୍ ଲାଗି ଆସିଥିବା ୪୦ଟି ଇ-ବାଇକ୍ ପୋଡି ପାଉଁଶ ହୋଇସାରିଥିଲା। ୪୦ଟି ଇ- ବାଇକ ସମେତ ସର୍ଭିସିଂ ସେଣ୍ଟରର ଯନ୍ତ୍ରପାତି ଆଦି ମିଶି ଅନୁନ୍ୟ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ସ୍ୱାହା ହୋଇଯାଇଛି। ପୋଲିସ ଅଗ୍ନିକାଣ୍ଡ ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ।  

   Related Posts