ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ସମଲିଙ୍ଗି ସମ୍ପର୍କ ପ୍ରସଂଗରେ ପରିବାରର ପ୍ରତିକ୍ରିୟାକୁ ନାପସନ୍ଦ କଲେ ଦୂତୀ ଚାନ୍ଦ, କହିଲେ ବାପା ମା ପୁରୁଣା କାଳିଆ ଚିନ୍ତାଧାରାର

20/05/2019 at 8:31 PM

ଭୁବନେଶ୍ବର୨୦|୫: ଦୌଡ ରାଣୀ ଦୁତୀ ଚାନ୍ଦଙ୍କ ସମିଲଙ୍ଗୀ ସଂପକର୍କୁ ନେଇ ଚର୍ଚ୍ଚା ।  ସମଲିଙ୍ଗୀ ସଂପର୍କ ନେଇ ନିଜେ ଦୂତୀ ଖୁଲାସା କରିବା ପରେ ଏହାକୁ ନେଇ ଗତକାଲି ଠାରୁ ଜୋର ଧରିଛି ଚର୍ଚା । ଷଡଯନ୍ତ୍ର କରି ତାଙ୍କୁ ଫସଯାଇ ଟଙ୍କା ହଡପ କରିବା ପାଇଁ  ଷଡଯନ୍ତ୍ର କରାଯାଇଥିବା ଦୂତୀଙ୍କ ବାପା ମା’ ଅଭିଯୋଗ କରିଛନ୍ତି ।  ଦୂତୀଙ୍କ ନିଷ୍ପତ୍ତିକୁ ପରିବାର ଲୋକ ବିରୋଧ କରିଛନ୍ତି । ଅପରପକ୍ଷରେ ଦୂତୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବାପା ମାଙ୍କ ଆଶଂକା ଏବଂ ମନ୍ତବ୍ୟକୁ ଦୂତୀ ନାପସନ୍ଦ କରିଛନ୍ତି ।

 ସମଲିଙ୍ଗୀ ବିବାହ କରିବାକୁ ଦୂତି ନେଇଥିବା ନିଷ୍ପତ୍ତି ଆମ ମୁ୍ଣ୍ଡ ତଳକୁ କରିଛି ବୋଲି ତାଙ୍କ ମା’ କହିଛନ୍ତି ।  ଏହାକୁ ବିରୋଧ କରିବାରୁ ଗତ କିଛି ମାସ ହେଲା ଦୂତୀ ମୋ ସହ କଥା ହେଉନାହାନ୍ତି ଏବଂ ପରିବାର ଠାରୁ ଦୂରେଇ ଯାଇଛନ୍ତି । ଦୂତୀଙ୍କ ବାପା ଓ ଭଉଣୀ ମଧ୍ୟ ଏଭଳି ପିଷ୍ପତ୍ତିକୁ ବିରୋଧ କରିଛନ୍ତି । ଦୂତୀ କିନ୍ତୁ ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି ।

ବାପା ମା’ ଓ ପରିବାର ପ୍ରତି କେବେ ବି ଅନ୍ୟାୟ କରିନଥିବା ଦୂତି କହିଛନ୍ତି । ସେ କହିଛନ୍ତି ଯେ, ବାପା ମା ଯେହେତୁ ପୁରୁଣାକାଲିଆ ଲୋକ ସେମାନେ ପରିବର୍ତ୍ତିତ ଦୁନିଆ କଥା ବୁଝିପାରୁନାହାଁନ୍ତି । ତାଙ୍କୁ କେହି ବତା ଶିଖା କରି ଏମିତି ପ୍ରତିକ୍ରିୟାଶୀଳ କରିଥାଇପାରନ୍ତି ବୋଲି ମଧ୍ୟ ଦୂତୀ ଆଶଂକା ପ୍ରକାଶ କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଉଥିବା ଦୂତୀ ନ୍ୟୁଜ ୭କୁ କହିଛନ୍ତି ।

ତାଙ୍କୁ ସ୍ପନସରକରୁଥିବା ସଂସ୍ଥା ସମ୍ପର୍କରେ ତାଙ୍କ ବାପା ମାଁ କହୁଥିବା କଥାକୁ ଦୂତୀ ନାପସନ୍ଦ କରିଛନ୍ତି । ଏକଦା ତାଙ୍କ ପରିବାର କୁଡିଆଘରେ ରହୁଥିଲେ । ବାପା ମାଁଙ୍କ ପାଇଁ ରାଜମହଲ ଭଳିଆ ଘର କରିଦେଇଛି ବୋଲି ଦୂତୀ କହିଛନ୍ତି । ବାପା ମାଙ୍କୁ ଭଲ ନପାଉଥିଲେ ଏସବୁ କାହିଁକି କରିଥାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜ ବାନ୍ଧବୀଙ୍କ ବାପା ମାଙ୍କୁ ତାଙ୍କ ବାପା ମା ଗାଳିଗୁଲଜ କରୁଥିବା ନେଇ ଦୂତୀ ଆସନ୍ତୋଷ ପ୍ରକାଶ କରିଛନ୍ତି ।

ଯାହା ସହ ଦୂତୀଙ୍କ ସମଲିଂଗି ସମ୍ପର୍କ ରହିଛି ସେ ସମ୍ପର୍କରେ ଦୂତୀଙ୍କ ଧିଆରୀ ହେବେ ବୋଲି ଦୂତୀଙ୍କ ମା ପ୍ରକାଶ କରିଥିଲେ । ଏହାକୁ ଦୂତୀ ଖଣ୍ଡନ କରି କହିଛନ୍ତି ଯେ, ତାଙ୍କ ବାନ୍ଧବୀଙ୍କ ତାଙ୍କର କୌମସି  ପାରିବାରିକ ସମ୍ପର୍କ ଥିବା ସେ କେବେ ଜାଣିନାହାନ୍ତି ।  

ସମଲିଙ୍ଗି ସମ୍ପର୍କ ପ୍ରସଂଗରେ ଦୂତୀଙ୍କ ଖୁଲାସାପରେ ସୃଷ୍ଟି ହୋଇଥିବା ପାରିବାରିକ ବିବାଦ ତାଙ୍କ ଖେଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦୂତୀ କହିଛନ୍ତି । ଟୋକିଓଠାରେ ହେବାକୁ ଥିବା ଟୁଏଣ୍ଟି-ଟୁଏଣ୍ଟି ଅଲମ୍ପିକ ପାଇଁ ତାଙ୍କ ପ୍ରସ୍ତୁତିକୁ ଏହି ବିବାଦ ପ୍ରଭାବିତ କରିବ ନାହିଁ ବୋଲି ଦୂତୀ କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ବୟସ ୧୮ ବର୍ଷରୁ ଅଧିକ । ତା ଛଡା ସେ ବର୍ତ୍ତମାନ ତାଙ୍କ ମା ବାପାଙ୍କ ଝିଅ ଯେତିକି ନୁହନ୍ତି ତାଠାରୁ ଅଧିକ ଏବେ ସେ ଦେଶର ଓ ରାଜ୍ୟର ସମ୍ପତ୍ତି । ତେଣୁ ରାଷ୍ଟ୍ର ସମ୍ପତ୍ତିକୁ ସମାଲୋଚନା କରିବାର ଅଧିକାର କାହାର ନାହିଁ ବୋଲି ମଧ୍ୟ ଦୃତୀ କହିଛନ୍ତି ।

   Related Posts