ଦିଲ୍ଲୀ ମହିଳା ଆୟୋଗରେ ‘ଆପ’ କାର୍ଯ୍ୟକର୍ତ୍ତାଙ୍କ ବେଆଇନ ନିଯୁକ୍ତିକୁ ନେଇ ବଢିଲା ସ୍ୱାତୀ ମାଲିୱାଲଙ୍କ ସମସ୍ୟା

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ ୯।୧୨: ଦିଲ୍ଲୀ ମହିଳା କମିଶନ (ଡିଡବ୍ଲୁସି) ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲଙ୍କ ସମସ୍ୟା ବଢିବାରେ ଲାଗିଛି। ରାଉଜ ଅଭେନ୍ୟୁ କୋର୍ଟ ଡିବ୍ଲୁସି ନିଯୁକ୍ତି ଅନିୟମିତତା ମାମଲାରେ ଶ୍ୱାତୀ ମାଲିୱାଲଙ୍କ ସମେତ ୪ ଜଣଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲିୱାଲଙ୍କ ବିରୋଧରେ ମହିଳା ଅଧିକାର ଆୟୋଗର ବିଭିନ୍ନ ପଦପଦବୀରେ ଆମ ଆଦମୀ ପାର୍ଟି (ଆପ) କାର୍ଯ୍ୟକର୍ତ୍ତାମାନଙ୍କୁ ନିଯୁକ୍ତି କରିଥିବାର ଓ ଏଥିରୁ ସେ ଆର୍ଥିକ ଲାଭ ନେଇଥିବା ଅଭିଯୋଗ ହୋଇଛି।

ରାଉଜ ଏଭେନ୍ୟୁ କୋର୍ଟ ସ୍ପେଶାଲ ଜଜ୍ ଦିଗ ବିନୟ ସିଂହ ଶ୍ୱାତୀ ମାଲିୱାଲଙ୍କ ବ୍ୟତୀତ ଆୟୋଗ ସଦସ୍ୟା ପ୍ରମିଳା ଗୁପ୍ତା, ସାରିକା ଚୌଧୁରୀ ଓ ଫରହୀନ ମଲିକଙ୍କ ବିରୋଧରେ ଆଇପିସିର ଧାରା ୧୨୦(ବି), ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ଡି) ଧାରାରେ ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି କରି ଜଜ୍ କହିଛନ୍ତି ଯେ ଡିଡବ୍ଲୁସିଙ୍କ ଦ୍ୱାରା ପୃଥକ ପୃଥକ ତିଥିରେ ଅନୁଷ୍ଠିତ ବୈଠକର ମିନିଟସ୍‌ ଅଫ ମିଟିଂରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କ ସ୍ୱାକ୍ଷର ରହିଛି। ଯେଉଁଥିରୁ ବିଚାରାଧୀନ ନିଯୁକ୍ତିଗୁଡିକ ସେମାନଙ୍କ ଦ୍ୱାରା ହୋଇଥିବାର ସନ୍ଦେହ ସୃଷ୍ଟି କରୁଛି।

{"id":719072,"sizeSlug":"full","linkDestination":"none"}

ଏଣୁ ସମସ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବା ପାଇଁ ପ୍ରମାଣ ପର୍ଯ୍ୟାପ୍ତ ବୋଲି କୋର୍ଟ କହିଛନ୍ତି। ସେହିପରି କୌଣସି ଅଭିଯୁକ୍ତ ଏପରି ଅବୈଦ୍ଧ ନିଯୁକ୍ତିକୁ ନେଇ କେବେ ଅଭିଯୋଗ ମଧ୍ୟ କରି ନାହାନ୍ତି କି ଅସହମତି ନୋଟ ମଧ୍ୟ ଜାରି କରି ନାହାନ୍ତି। ଓଲଟି ବୈଠକରେ ସର୍ବ ସମ୍ମତି ନିଷ୍ପତ୍ତି ହୋଇଥିବା ଦର୍ଶା ଯାଇଛି। ଡିବ୍ଲୁସିଙ୍କ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ପୂର୍ବତନ ବିଧାୟିକା ବରଖା ଶୁକ୍ଳା ସିଂହ ବେଆଇନ ନିଯୁକ୍ତି ଅଭିଯୋଗ ଆଧାରରେ ଦୁର୍ନୀତି ନିବାରଣ ବ୍ୟୁରୋ ମାମଲା ରୁଜୁ କରିଥିଲେ।

ଅଭିଯୋଗକାରୀଙ୍କ ପକ୍ଷରୁ ଡିବ୍ଲୁସିରେ ୬ ଅଗଷ୍ଟ ୨୦୧୫ରୁ ୧ ଅଗଷ୍ଟ ୨୦୧୬ ମଧ୍ୟରେ ଡିଡବ୍ଲୁସି ୯୦ଟି ନିଯୁକ୍ତି କରିଛନ୍ତି। ଏଥିରେ ୭୧ ଜଣଙ୍କୁ ଅନୁବନ୍ଧରେ ନିଯୁକ୍ତ କରାଯାଇଥିବା ବେଳେ ୧୬ ଜଣଙ୍କୁ ‘ଡାୟଲ ୧୮୧’ ସଂକଟ ହେଲପଲାଇନ ଲାଗି ନିଯୁକ୍ତ କରାଯାଇଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.