AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଦୌଡରାଣୀ ଦୂତୀଙ୍କୁ ସ୍ବର୍ଣ୍ଣ, ୧୧.୪୯ ସେକେଣ୍ଡରେ ଅତିକ୍ରମ କଲେ ୧୦୦ ମିଟର

29/02/2020 at 3:10 PM

ଭୁବନେଶ୍ବର ୨୯।୨: ଶହେ ମିଟର ଦୌଡରେ ରେକର୍ଡ କଲେ ଦୂତୀ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଅଷ୍ଟମ ଦିନରେ ୧୦୦ ମିଟର ଦୌଡରେ ଦୂତୀ ଚାନ୍ଦଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ୧୧.୪୯ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କଲେ ଦୂତୀ ।

ଶନିବାର ଟ୍ରାକକୁ ଓହ୍ଲାଇଥିବା ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡରେ ପ୍ରଥମ ସ୍ଥାନ ଅଧିକାର କରି ଫାଇନାଲରେ ପ୍ରବେଶ କରିଥିଲେ ।

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ସପ୍ତମ ଦିନରେ ଓଡିଶାକୁ ୨ଟି ଗୋଲ୍ଡ ସହ ୪ଟି ମେଡାଲ୍ ମିଳିଛି । ଲଙ୍ଗ୍‌ ଜମ୍ପରେ ସମ୍ବଲପୁର ୟୁନିଭରସିଟିର ମନସା ମିରେଲ ୬.୨୨ ଦୂରତ୍ବକୁ ଡେଇଁ ହାସଲ କରିଛନ୍ତି ଗୋଲ୍ଡ ମେଡାଲ । ଏହା ମନିଷାଙ୍କର ତୃତୀୟ ସ୍ବର୍ଣ୍ଣ ପଦକ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ମନୋଜ କୁମାର ସାହୁ ୭୩ କେ.ଜି. ଭାରତ୍ତୋଳନ ପୁରୁଷ ବର୍ଗରେ ମୋଟ୍ ୨୬୭ କିଗ୍ରା ଓଜନ ଉଠାଇ ସ୍ବର୍ଣ୍ଣ ଜିତିଥିଲେ ।

   Related Posts