ଇଟାଲିରେ ଚମକିଲେ ଧାବିକା ଦୂତୀ ଚାନ୍ଦ, ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡାରେ ଜିତିଲେ ସ୍ବର୍ଣ୍ଣ ପଦକ

Published By : Prameya-News7 Bureau | July 10, 2019 IST

ନାପୋଲି ୧୦|୭:  ଇଟାଲିରେ ଚମକିଲେ ଧାବିକା ଦୂତୀ ଚାନ୍ଦ । ନାପୋଲିଠାରେ ଚାଲିଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ମହିଳା ୧୦୦ ମିଟର ଦୌଡ଼ରେ ଦୂତୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

{"id":132175}

ସୋମବାର ପ୍ରଥମ ପର୍ଯ୍ୟାୟରେ ନିଜ ହିଟ୍‌ର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ମଙ୍ଗଳବାର ସେମିଫାଇନାଲ୍ ରେ ୧୧.୪୧ ସେକେଣ୍ଡ ସମୟ ସହ ହିଟ୍ ନମ୍ବର-୨ର ପ୍ରଥମ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଥିଲେ। ଫାଇନାଲ୍‌ରେ ଦୂତୀ ମାତ୍ର ୧୧.୩୨ ସେକେଣ୍ଡରେ ଲକ୍ଷ୍ୟ ପୂରା କରିବା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି । 

{"id":132176}

ଓଡ଼ିଶା ସହ ସାରା ଦେଶକୁ ଗୌରବାନ୍ବିତ କରିଛନ୍ତି ଦୂତୀ । ନାପୋଲି ଯାଇଥିବା ଭାରତୀୟ ଦଳରେ ଦୂତୀ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.