ବିଶ୍ବ ଆଥଲେଟିକ୍ ଚାମ୍ପିୟନସିପ ଓ ୨୦୨୦ ଟୋକିଓ ଅଲିମ୍ପିକ୍ ପାଇଁ ୟୁରୋପରେ କୋଚିଂ ନେବାକୁ ଚାହୁଁଛନ୍ତି ଦୂତି ଚାନ୍ଦ, ସରକାର ମଞ୍ଜୁର କରୁନାହାନ୍ତି ବଜେଟ୍

Published By : Prameya-News7 Bureau | June 26, 2019 IST

ଭୁବନେଶ୍ବର୨୬|୬: ବିଶ୍ବ ଆଥଲେଟିକ୍ ଚାମ୍ପିୟନସିପ ଓ ୨୦୨୦ ଟୋକିଓ ଅଲିମ୍ପିକ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ଆଥଲେଟିକ୍ ସେନସେସନ ଦୂତୀ ଚାନ୍ଦ । ଟୋକିଓ ଅଲିମ୍ପିକ୍ ପାଇଁ ୟୁରୋପରେ କୋଚିଂ ନେବାକୁ ଚାହୁଁଛନ୍ତି ଦୂତୀ । କିନ୍ତୁ ଏଥିପାଇଁ ବଜେଟ୍ ମଞ୍ଜୁରୀ କରୁନାହାନ୍ତି ରାଜ୍ୟ ସରକାର । ତେଣୁ ମାନସିକ ଚାପରେ ଥିବା ଦୂତୀ ଏବେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଜାରି ରଖିଛନ୍ତି । ...

୩୬ ବର୍ଷ ପରେ ରିଓ ଅଲିମ୍ପିକରେ ୧୦୦ ମିଟରରେ କ୍ବାଲିଫାଏ କରି ଇତିହାସ ରଛିଥିଲେ ଦୂତୀ ଚାନ୍ଦ । ତାଙ୍କର ନେକ୍ସଟ ଟାର୍ଗେଟ୍ ହେଉଛି ଟୋକିଓ ଅଲିମ୍ପିକ୍ । ତା ପୂର୍ବରୁ ଅକ୍ଟୋବରରେ ଅଛି ବିଶ୍ବ ଆଥଲେଟିକ୍ ଚାମ୍ପିୟନସିପ୍ । ବିଶ୍ବ ଆଥଲେଟିକ୍ ଚାମ୍ପିୟନସିପ୍ ପାଇଁ ନିଜ ଟାଇମିଙ୍ଗକୁ ୧୧.୨୫ ରୁ ୧୧.୨୦ କରିବାକୁ ପଡିବ । ଆଉ ଟୋକିଓ ଅଲିମ୍ପିକ୍ କ୍ବାଲିଫାଏ କରିବାକୁ ଟାଇମିଙ୍ଗ ହେଉଛି ୧୧.୧୫ । ଏଥିପାଇଁ କୋଚ୍ ରମେଶଙ୍କ ତତ୍ତ୍ବାବଧାନରେ ଜୋରଦାର ଅଭ୍ୟାସ କରୁଛନ୍ତି ଦୂତୀ ।

ଟୋକିଓ ଅଲିମ୍ପିକ୍ ପାଇଁ ୟୁରୋପରେ ବିଦେଶୀ କୋଚଙ୍କଠାରୁ କୋଚିଂ ନେବାକୁ ଚାହୁଁଛନ୍ତି ଦୂତୀ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଏକ ବଜେଟ୍ ମଧ୍ୟ ପ୍ରସ୍ତୁତ କରି ଦେଇଥିଲେ ସେ । କିନ୍ତୁ ଏଯାଏ ତାଙ୍କୁ ମିଳିନି ସରକାରୀ ସହାୟତା । ଯାହାକୁ ନେଇ ଦୂତୀ ଏବେ ମାନସିକ ଚାପରେ ଥିବା କହିଛନ୍ତି ।

ତେବେ ଏନେଇ କ୍ରୀଡା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.