ଏସିଆନ୍ ଗେମ୍ସର ୨ ଶହ ମିଟର ଇଭେଣ୍ଟ ସେମିରେ ଦୂତୀ ଚାନ୍ଦ ଓ ହିମା ଦାସ

Published By : Prameya-News7 Bureau | August 27, 2018 IST

ଜାକର୍ତ୍ତା ୨୮।୮ : ଅଷ୍ଟାଦଶ ଏସିଆନ୍ ଗେମ୍ସର ଦଶମ ଦିନରେ ୨ ଶହ ମିଟର ଇଭେଣ୍ଟ ସେମିଫାଇନାଲରେ ପହଞ୍ଚିଲେ ଦୂତୀ ଚାନ୍ଦ ଓ ହିମା ଦାସ । ଗତକାଲି ୧୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ଦୂତୀ ଆଜି ୨ ଶହ ମିଟର ପର୍ଯ୍ୟାୟକୁ ଉନ୍ନିତ ହୋଇଛନ୍ତି । ୨୦୦ ମିଟର ସେମିଫାଇନାଲରେ ଦୂତୀ ଚାନ୍ଦ ପହଁଞ୍ଚିଛନ୍ତି । ୨୩.୩୭ ସେକେଣ୍ଡରେ ଦୂତୀ ଏହି ସଫଳତା ପାଇଛନ୍ତି । ସେହିପରି ହିମା ଦାସ ୨୩.୪୭ ସେକେଣ୍ଡରେ ସେମିଫାଇନାଲକୁ ପ୍ରବେଶ କରିଛନ୍ତି । ଆଜି ଅପରାହ୍ନ ୫ଟା ୨୦ରେ ସେମିଫାଇନାଲ ଖେଳିବେ। ସେମିରେ ଶୀର୍ଷ ୮ ଜଣଙ୍କ ମଧ୍ୟରେ ରହିଲେ ବୁଧବାରର ଫାଇନାଲ୍ ଟିକେଟ୍ ପାଇବେ । ଏଥିଲାଗି ସେ କଠିନ ଅଭ୍ୟାସ କରିବା ସହ ପୁରା ପ୍ରସ୍ତୁତ ଅଛନ୍ତି। । ସେହିଭଳି ତାଙ୍କ ସଫଳତା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ୧୦୦ ମିଟର ବିଶେଷଜ୍ଞ ଭାବେ ଅଧିକ ପରିଚିତ ଥିଲେ ମଧ୍ୟ ୨୦୦ ମିଟରରେ ଦୂତୀ ଏସୀୟ ଦୌଡ଼କୁଦରେ ତାଙ୍କର ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ପଦକ ଜିତିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.