ବାପା ହେବାକୁ ଦୌଡରାଣୀଙ୍କ ଇଚ୍ଛା, ପ୍ରେମିକାଙ୍କୁ ସିନ୍ଦୁର ପିନ୍ଧାଇଲେ ଦୂତି ଚାନ୍ଦ: ମାଗାଜିନର କଭର ପେଜ୍‌ରେ ଆସିଲା ଫଟୋ

Published By : Prameya-News7 Bureau | May 12, 2023 IST

ଭୁବନେଶ୍ୱର ୧୨/୦୫: ଦୌଡରାଣୀ ଦୂତୀ ଚାନ୍ଦ ଦେଲେ ସିନ୍ଦୁର । ପ୍ରେମିକାଙ୍କୁ ସିନ୍ଦୁର ପିନ୍ଧାଇଲେ ଦୂତି ଚାନ୍ଦ । ଏକଥା ଆମେ କହୁନୁ । ଏକ ଜାତୀୟ ଗଣମାଧ୍ୟମ ମାଗାଜିନର କଭର ଷ୍ଟୋରୀରେ ଦୂତି ଏବଂ ତାଙ୍କ ପ୍ରେମିକାଙ୍କ ଫଟୋ ସ୍ଥାନ ପାଇଛି ।

wp:html
/wp:html

ଫଟୋରେ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି । ଖେଳ ପାଇଁ ଦୂତି ଯେତିକି ପ୍ରଂଶସା ସାଉଁଟିଛନ୍ତି, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ବିଶେଷ କରି ତାଙ୍କ ପ୍ରେମ ସମ୍ପର୍କ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏହାର ମାଗାଜିନର କଭର ଷ୍ଟୋରୀରେ ଦୂତି ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଚିତ୍ରରେ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଲାଣି ।

କେବଳ ସେତିକି ନୁହେଁ ଦୂତି କହିଛନ୍ତି ସେ ବାପା ହେବାକୁ ଇଚ୍ଛା ରଖିଛନ୍ତି । ସେ ଆଇଭିଏଫ ପଦ୍ଧତିରେ ହେଉ ପଛେ । ଦରକାର ପଡିଲେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସେ ଇଚ୍ଛା ରଖିଛନ୍ତି । ସେ ଆହୁର କହିଛନ୍ତି ଯେ, ସେହି ସନ୍ତାନ ମୋତେ ବାପା ଓ ମୋନାଲିସାଙ୍କୁ ମା’ ଡାକିବ ।

ସୂଚନା ଥାଉକି, ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନେଇ କୋର୍ଟରେ ମାମଲା ଚାଲିଛି । ହେଲେ ଏକଥା ସତ ଦେଶରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ଲୋକେ ଏବେବି ସମାଲୋଚନାର ଶିକାର ହେଉଛନ୍ତି । ହେଲେ ଧିରେ ଧିରେ ସେମାନଙ୍କ ପ୍ରତି ଆଭିମୁଖ୍ୟ ବଦଳୁଛି । ଆଉ ସମଲିଙ୍ଗୀ ମାନେ ମଧ୍ୟ ନିଜ ସମ୍ପର୍କକୁ ଏବେ ସ୍ୱୀକାର କରିବା ଆରମ୍ଭ କଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.