Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିଜ୍ ହେଲା ପୁଟିନଙ୍କ ପୂର୍ବତନ ଜ୍ୱାଇଁଙ୍କ ସମ୍ପତ୍ତି, ଡଚ୍ ଅଧିକାରୀଙ୍କ ବଡ଼ ଆକ୍ସନ

29/05/2023 at 11:51 PM

putin's former son in law

ନୂଆଦିଲ୍ଲୀ, ୨୯/୦୫: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପୂର୍ବତନ ଜ୍ବାଇଁଙ୍କ ସମ୍ପତ୍ତି ସିଜ୍। ଆର୍ମଷ୍ଟରଡାମରେ ଥିବା ପୁଟିନଙ୍କ ପୂର୍ବତନ ଜ୍ବାଇଁ ଜୋରିଟ୍ ଫାସେନଙ୍କ ଏକ ସମ୍ପତ୍ତି(ଜମି) ଜବତ କରିଛି ଡଚ୍‌ ଅଥରିଟି। ତାଙ୍କ ବିରୋଧରେ ଏକ ଅପରାଧିକ କାର୍ଯ୍ୟକଳାପ ନେଇ ନେଦରଲାଣ୍ଡର ଅଧିକାରୀ ମେ ୧୨ରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାପରେ ଫାସେନଙ୍କ ଏହି ୧୪୩୨ ବର୍ଗମିଟରର ଜମିକୁ ଜବତ କରାଯାଇଛି। ଏହି ସମ୍ପତ୍ତି ଆର୍ମଷ୍ଟରଡାମ୍‌ଠାରୁ ୪ ମିଲ୍‌ ଦୂରରେ ଥିବା ଦୁଇଭେନଡ୍ରେକ୍ଟ ଗାଁ ନିକଟରେ ଅବସ୍ଥିତ। ଫାସେନ(୪୨) ହେଉଛନ୍ତି ଜଣେ ଡଚ୍‌ ବ୍ୟବସାୟୀ ଏବଂ ସେ ପୁଟିନ୍‌ଙ୍କ ବଡ଼ ଝିଅ ମାରିଆ ଭୋରୋନସୋଭାଙ୍କୁ ବିବାହ କରିଥିଲେ।

ଫାସେନ ଏହି ଜମିକୁ ନିର୍ମାଣ କାର୍ଯ୍ୟ ପାଇଁ କିଣିଥିଲେ ଏବଂ ଲାଇସେନ୍ସ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ପୁଟିନଙ୍କ ୟୁକ୍ରେନ ଆକ୍ରମଣ ପରେ ତାଙ୍କର ଅନୁମତିକୁ ରଦ୍ଦ କରାଯାଇଥିଲା । ସ୍ଥାନୀୟ ପ୍ରଶାସନ ପୁଟିନ୍‌ଙ୍କ ସହ ଫାସେନଙ୍କ ଘନିଷ୍ଠତା କାରଣରୁ ଏହା ଉପରେ ରୋକ୍‌ ଲଗାଇଥିଲେ। ପ୍ରକୃତରେ ଗାର୍ଡିଆନ ଖବର କାଗଜ, ରୁଷର ନିରପେକ୍ଷ ସମାଚାର ସାଇଟ ପ୍ରୋଏକ୍ଟ ମିଡିଆ ଏବଂ ଫେଲୋ ଦି ମନୀ ତରଫରୁ କରାଯାଇଥିବା ଏକ ତଦନ୍ତମୂଳକ ରିପୋର୍ଟ ପରେ ଏହି ତଦନ୍ତ ନିର୍ଦ୍ଦେଶ ହୋଇଥିଲା।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷରେ ସର୍ବନିମ୍ନ ସ୍ତରରେ ସହରାଞ୍ଚଳ ବେକାରୀ: NSSO ରିପୋର୍ଟ

ରିପୋର୍ଟ ଅନୁଯାୟୀ, ୨୦୨୨ ଆରମ୍ଭରେ ରୁଷ ଦ୍ବାରା ୟୁକ୍ରେନ ଉପରେ ଆକ୍ରମଣର କରିବା ପରେ ପରେ ପ୍ରଦର୍ଶନକାରୀ ଖାଲି ଜମି ଉପରେ ଟାର୍ଗେଟ କରିଥିଲେ। ଆନ୍ଦୋଳନକାରୀମାନେ ଜମିରେ ପୁଟିନ୍‌ ବିରୋଧୀ ସଙ୍କେତ ଲଗାଇଥିଲେ ଏବଂ ରୁଷ ରାଷ୍ଟ୍ରପତିଙ୍କୁ ୟୁକ୍ରେନରୁ ସୈନିକ ଫେରାଇ ଆଣିବା ଏବଂ କ୍ରେମାଲିନ୍‌ ଆଲୋଚକ ଅଲେକ୍ସୀ ନବଲନୀଙ୍କୁ ମୁକ୍ତ କରିବାକୁ ଆହ୍ବାନ କରିଥିଲେ।

ଆହୁରି ପଢ଼ନ୍ତୁ: ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁ ଦଣ୍ଡ, ଆଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

କିଏ ଜୋରିଟ୍‌ ଫାସେନ ?

ଡଚ୍‌ ମାଗାଜିନ୍‌ର ତଥ୍ୟ ଅନୁଯାୟୀ ଫାସେନ୍‌ ନେଦରଲ୍ୟାଣ୍ଡ୍‌ର ଲିଡରଡୋର୍ପରେ ଜନ୍ମ ହୋଇଥିଲେ। ସେ ଜୋସେଫ୍‌ ଫାସେନଙ୍କ ଦୁଇ ପୁଅଙ୍କ ମଧ୍ୟର ବଡ଼। ତାଙ୍କ ବାପା ଜଣେ ନାଭାଲ ଅଫିସର ଭାବରେ ଓ୍ବିଲେମଷ୍ଟାଡ କୁରାକାଓରେ ୧୯୮୬ ପର୍ଯ୍ୟନ୍ତ ରହିଥିଲେ। ଏହା ସହ ୧୯୯୦ରେ କର୍ଣ୍ଣେଲ ଏବଂ ଏହାପରେ ନେଦରଲ୍ୟାଣ୍ଡର ନୌସେନା ବିଭାଗରେ କାମ କରିଥିଲେ। କୁହାଯାଏ ଯେ ଫାସେନ ପୁଟିନ୍‌ଙ୍କ ଝିଅ ଭୋରୋନତ୍ସୋଭାଙ୍କୁ ୨୦୦୮ରେ ବିବାହ କରିଥିଲେ। ରୁଷ ମିଡିଆ ଅନୁଯାୟୀ ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛି।

ତେବେ ଭୋରୋନତ୍ସୋଭା ଏବଂ ଫାସେନ କେବେ ଅଲଗା ହୋଇଥିଲେ ତାହା ଜଣାପଡ଼ିନାହିଁ। ରୁଷର ନିରପେକ୍ଷ ଓ୍ବେବସାଇଟ ମେଡୁଜା ଅନୁଯାୟୀ, ଭୋରୋନତ୍ସୋଭ ରୁଷର ଏକ ଶକ୍ତି କମ୍ପାନି ୟେଭଜେନୀ ନାଗୋର୍ନୀର ଜଣେ କର୍ମଚାରୀଙ୍କ ସହ ସମ୍ପର୍କରେ ଅଛନ୍ତି ଏବଂ ୨୦୧୭ରେ ଉଭୟଙ୍କର ଏକ ସନ୍ତାନ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ; ଉଭୟ ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବ ଭାରତ ଓ ସିଙ୍ଗାପୁର

   Related Posts