ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ରାସ୍ତାର ବାଲିଧୁଳିକୁ ନେଇ CMC ଅଫିସରେ ହଙ୍ଗାମା, ବାଲି ଧରି ଧସେଇ ପଶିଲେ ସୁବାଷ ସଙ୍ଗଠନ କର୍ମକର୍ତ୍ତା

24/02/2023 at 3:14 PM

କଟକ ୨୪/୦୨: ସହରର ଲୋକେ ଧୁଳିଵାଲି ଧୁଆଁରେ କଲଵଲ ହେଵେ ଆଉ ସିଏମ୍‌ସି । ଅଧିକାରୀ ଏସି ରୁମରେ ଆରାମରେ ଶୋଇଵେ । ଏହା ଵରଦାସ୍ତ କରାଯିଵ ନାହିଁ । ଏଭଳି ଆକ୍ରୋଶଭରା ଅଭିଯୋଗ କରି କଟକ ସୁଭାଷ ସଙ୍ଗଠନ କର୍ମକର୍ତ୍ତା ମାନେ ରାସ୍ତାରୁ ଵସ୍ତା ଵସ୍ତା ଵାଲି ଉଠାଇ ସିଏମ୍ ସି ଅଫିସରେ ଅଜାଡି ଦେଇଛନ୍ତି ।

ପୋଲିସ ମୁତୟନ ଥିବା ସତ୍ତ୍ୱେ ସୁଭାଷ ସଙ୍ଗଠନର କର୍ମକର୍ତ୍ତା ମାନେ ଚକମା ଦେଇ ସି ଏମ୍ ସି ଭିତରେ ପଶି ଵାଲି ଗଦା କରିଦେଇଥିଲେ । ଘଟଣାକୁ ନେଇ ପୋଲିସ ଓ ସୁଭାଷ ସଙ୍ଗଠନ କର୍ମକର୍ତ୍ତା ଙ୍କ ମଧ୍ୟରେ ଉଚ୍ଚଵାଚ ଓ ହାତାହାତି ମଧ୍ୟ ହୋଇଥିଲା । ସେପଟେ ସି ଏମ୍ ସି କମିଶନର ସ୍ବୀକାର କରିଛନ୍ତି ଯେ,ସହରର ରାସ୍ତାଘାଟରେ ଯେତିକି ଵାଲି ଧୁଳି ଜମିଛି ତାହା ଚିନ୍ତାର କାରଣ ।

ସିଏମ୍ ସି ପାଖରେ ଥିବା ସୁଇପିଙ୍ଗ ମେସିନର କ୍ଷମତା ଖୁଵ୍ କମ୍ ଥିଵାରୁ, ଏହା ସଠିକ ଭାବେ ଵାଲି ସଫା କରିପାରୁ ନାହିଁ ଵୋଲି କମିଶନର କହିଛନ୍ତି । ଏଵେ ତିନୋଟି ଉଚ୍ଚ କ୍ଷମତାସମ୍ପନ୍ନ ସୁଇପିଙ୍ଗ ମେସିନ ସହ ଟିପର,ଵଵକ୍ୟାଟ ଭଳି ୧୨ଟି ମେସିନ ଆଣିବା ପାଇଁ ଟେଣ୍ଡର ହୋଇଛି ଓ ସପ୍ତାହକ ଭିତରେ ଏହି ମେସିନ ପହଞ୍ଚିଲେ ରାସ୍ତାଘାଟରୁ ଵାଲି ସଫା କରିବା ସହଜ ହେଵ ଵୋଲି କମିଶନର କହିଛନ୍ତି। ଏହା ସହ ଵାଲିଟ୍ରକ ଯୋଗୁଁ ଏଭଳି ଅଵସ୍ଥା ହେଉଥିଵାରୁ ଏ ନେଇ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ଵୈଠକ ହୋଇଛି ଵୋଲି କମିଶନର ସୂଚନା ଦେଇଛନ୍ତି ।

   Related Posts