Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦଶହରାରେ ରାଉସା ପାଟଣାରେ ଜମିବ ଏଥର କାଚର ମେଢ଼, ପ୍ରସ୍ତୁତି ଜୋରଦାର

15/09/2023 at 5:40 PM

କଟକ15/09: ଆଉ ମାତ୍ର ଏକ ମାସ ରହିଲା ଦଶହରା । ଏଥିପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବିଶେଷ କରି ଚାନ୍ଦି ମେଢ଼ ପାଇଁ ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିବା କଟକ ସହରରେ ପ୍ରଥମ ଥର ପାଇଁ ତିଆରି ହେଉଛି କାଚର ମେଢ଼। ରାଉସା ପାଟଣା ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଉଛି ଏହି ନିଆରା କାଚର ମେଢ଼। ସବୁଠାରୁ ବଡ କଥା ହେଲା ସାହିର ଲୋକେ ମିଶିକି ଏହାକୁ ନିର୍ମାଣ କରୁଛନ୍ତି।

ଆସନ୍ତା ମାସରେ ଧରାପୃଷ୍ଠକୁ ଓହ୍ଲାଇବେ ଜଗତ ଜନନୀ ମା ଦୁର୍ଗା। ବିଶେଷ କରି କଟକ ସହରରେ ଏହାକୁ ଧୁମ୍ ଧାମରେ ପାଳନ କରାଯାଏ। ଚାନ୍ଦି ମେଢ଼ ବା ରୂପାରେ ତିଆରି ମେଢ଼ ସବୁବେଳେ କଟକ ଦଶହରାର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଚଳିତ ବର୍ଷ ରାଉସା ପାଟଣା ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଉଛି ଓଡ଼ିଶାର ପ୍ରଥମ କାଚର ମେଢ଼। 1897 ମସିହାରୁ ଆରମ୍ଭ ହୋଇଥିଲା ରାଉଶା ପାଟଣାରେ ଦୁର୍ଗାପୂଜା। ଚଳିତ ବର୍ଷକୁ ଏହି ପୂଜା କମିଟି ପାଳନ କରିବାକୁ ଯାଉଛି 126 ବର୍ଷ।  ସଂପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ସାହି ତରଫରୁ ଦୁର୍ଗା ପୂଜା ପାଳନ କରାଯାଇଥାଏ। ସବୁ ବର୍ଷ ସାଧାରଣ ମେଢ଼ ତିଆରି ହେଉଥିବା ବେଳେ ଚଳିତ ବର୍ଷ କାଚ ମେଢ଼ ତିଆରି କରିବାକୁ ମନ ବଳାଇଛନ୍ତି ପୂଜା କମିଟି। ଏହି ମେଢ଼କୁ ତିଆରି କରିବା ପ୍ରକ୍ରିୟା ଆଜିକୁ ପାଖାପାଖି ଚାରିମାସ ହେବ ଆରମ୍ଭ ହୋଯାଇଛି । ତାରକସୀ କାମ ଭଳି ଅତି ସୂକ୍ଷ୍ମ କାରୁ କାର୍ଯ୍ୟ ହେଉଛି ଏଥିରେ। କାଚକୁ ଅତି ଛୋଟ ଛୋଟ ସାଇଜ ରେ କାଟିବା ସହ ଏହାକୁ ମେଢ଼ ର ଢାଞ୍ଚ ରେ ଲଗା ଯାଉଛି। ମେଢ଼ର ଢାଞ୍ଚାରେ ଥର୍ମକୋଲକୁ ଲଗାଯିବା ସହ ଏହା ଉପରେ କାଚକୁ ଅଠାରେ ଲଗାଯିବ। ଏଥିରେ ମୋଟ 300 କେଜିର କାଚ ବ୍ୟବହାର କରାଯାଉଥିବା ବେଳେ 1.5 mm ର, 2mm ଓ 5mm ର କାଚ ଗୁଡ଼ିକୁ ବ୍ୟବହାର କରାଯାଉଥିବା କଥା କହିଛନ୍ତି ମୁଖ୍ୟ କାରିଗର। ସେହିପରି ମେଢ଼ଟି 14 ଫୁଟ ଓସାର ହୋଇଥିବା ବେଳେ ଏହାର ଉଚ୍ଚତା ରହିଛି 10 ଫୁଟ୍। ପ୍ରତେକ ଗଳି କନ୍ଧିରେ ବୁଲିବା ଭଳି ଏହାର ଢାଞ୍ଚାର ତିଆରି କରାଯାଇଛି ବୋଲି କହିଛନ୍ତି ସାହି ବାସିନ୍ଦା।

କଟକ ସହରରେ ବର୍ତ୍ତମାନ ଚାନ୍ଦୀ ମେଢ଼ର ଚାହିଦା ବୃଦ୍ଧି ପାଉଥିବା ବେଳେ ଚଳିତ ବର୍ଷ କିଛି ନୂଆ ଭାବେ କାଚ ତିଆରି ମେଢ଼ ତିଆରି କରିବାକୁ ସାହିର ସଦସ୍ୟମାନେ ନିଷ୍ପତ୍ତି ନେଇଥିଲେ। ସବୁଠାରୁ ବଡ କଥା ହେଲା କି ଏହି କାଚର ମେଢ଼ ନିର୍ମାଣ ପାଇଁ  କୌଣସି ନିର୍ଦ୍ଧିଷ୍ଟ କାରିଗର ଦଳକୁ ନିୟୋଜିତ କରାଯାଇ ନଥିବା ବେଳେ କେବଳ ସାହିର ସବୁ ସଦସ୍ୟମାନେ ନିଜେ ନିଜର ଶ୍ରମ ଦାନ କରି ଏହାକୁ ନିର୍ମାଣ କରିବାରେ ଲାଗିଛନ୍ତି। ନିଜ କାମରୁ ଫୁରସତ ପାଇବା ପରେ ସନ୍ଧ୍ୟା ସମୟରେ ଅଧିକ ସାହିର ଯୁବକ ମାନେ ଏହି ନିର୍ମାଣ କାର୍ଯ୍ୟରେ ନିଜର ଶ୍ରମ ଦାନ କରୁଛନ୍ତି। ଦୁର୍ଗାପୂଜା ପୂର୍ବରୁ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି ସାହି  ମୂରବୀ। ସେହିପରି ଏହି ମେଢ଼ ନିର୍ମାଣ ପାଇଁ ପାଖାପାଖି 6 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କଥା କହିଛନ୍ତି ସାହି ସଭାପତି।
Also Read- ଭୁଶୁଡିଲା ଭାର୍ଗବୀ ନଦୀ ବନ୍ଧ, ପାଣିରେ ପଡିଲା ୫୦ଲକ୍ଷ ଟଙ୍କାର ପଥର ବନ୍ଧ

ଦଶହରା ଆସିଲେ ଉଠିବ ପଡିବ କଟକ ସହର। ତେଣୁ ଚଳିତ ବର୍ଷ କଟକ ଦଶହରା ବୁଲିବାକୁ ଯେଉଁମାନେ ଆସିବେ ସେମାନଙ୍କୁ ରାଉଶା ପାଟଣାର କାଚ ମେଢ଼ ନିହାତି ଭାବେ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

   Related Posts