ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଫେରିଵାଲାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ

31/01/2023 at 1:08 PM

ଫୁଲବାଣୀ ୩୧/୧: ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ପୋକସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ସାକ୍ଷ୍ୟ ପ୍ରମାଣ ସାଙ୍ଗକୁ ପୋଲିସ ରିପୋର୍ଟ ପୀଡିତା ବୟାନକୁ ଭିତ୍ତି କରି ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ଫେରିଵାଲାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।

ଅଭିଯୁକ୍ତ ଫେରିବାଲା ଜଣଙ୍କ ଉତ୍ତରରପ୍ରଦେଶ ଫରିଦାପୁର ଅଂଚଳର ବସିର ସାହା । ଜରିମାନା ଅନାଦେୟ ଆଉ ଅଧିକା ଦେଢ଼ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ । ଏଥିସହ ପୀଡିତାକୁ ୬ ଲକ୍ଷ କ୍ଷତିପୂରଣ ଅର୍ଥ ଦେବାକୁ ଆଦେଶ ଦେଇଛନ୍ତି ପୋକସୋ କୋର୍ଟ ।

ସୂଚନାଥାଉକି, ୨୦୨୯ ଫେବ୍ରୁଆରୀ ୨୨ରେ ଅଭିଯୁକ୍ତ ଦରି ପାଲ ବିକ୍ରୀ କରିବାକୁ ଫିରିଙ୍ଗିଆ ଥାନା ଅଧୀନ ଏକ ଗାଁକୁ ଯାଇଥିଲେ । ସେଠାରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କ ଘରେ ପଶି ପାଲ ରଖିବାକୁ ପଚାରିଥିଲେ। ହେଲେ ଘରେ କେହି ନାହାଁନ୍ତି, ପାଲ ରଖି ବୁନି ବୋଲି କହିଥିଲେ ନାବାଲିକା ଜଣଙ୍କ ।

ଏହାର ଫାଇଦା ନେଇ ତେବେ ପିଡୀତାଙ୍କୁ ପାଣି ଗ୍ଲାସ ଆଣିବାକୁ କହିଥିଲେ । ଆଉ ପୀଡିତା ଜଣଙ୍କ ପାଣି ଆଣିବାକୁ ଗଲାବେଳେ ବସିର ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲା । ପୀଡିତା ପାଟିକରିବାରୁ ବସିର ସେଠାରୁ ଫେରାର ହୋଇଯାଇଥିଲା । ହେଲେ ଗ୍ରାମବାସି ଓ ପୀଡିତା ପରିବାର ମିଶି ତାର ଜଣେ ସହଯୋଗୀକୁ କାବୁ କରିଥିଲେ।

ଏ ନେଇ ପୀଡିତା ପରିବାର ଲୋକେ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ । ଫିରିଙ୍ଗିଆ ଥାନା ପୋଲିସ ୧୫/୧୯ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ବସିର ସାହାକୁ ଗିରଫ କରିଥିଲା । ଏବେ ଏହି ମାମଲାର ବିଚାର କରି ପୋକସୋ ବିଚାର ପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।

   Related Posts