ସ୍କୁଲ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା : ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡ
22/03/2023 at 6:03 PM

ଯାଜପୁର ୨୨।୩: ସ୍କୁଲ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ ବିଚାରପତି ଜାନକୀ ବିଶ୍ୱାଳ । ଗତ ୨୦୧୯ ଅକ୍ଟୋବର ୩୧ ତାରିଖରେ ପାଣିକୋଇଲି ଥାନା ଅଞ୍ଚଳର ଜୈନକା ନାବାଳିକା ଛାତ୍ରୀ ମଧ୍ୟାହ୍ନଭୋଜନ ଖାଇ ଘରୁ ସ୍କୁଲକୁ ଯାଉଥିବା ସମୟରେ ବାଟରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଛାତ୍ରୀକୁ ଉଠାଇ ନେଇଥିଲେ । ନିଜ ଘରେ ବଳ ପୂର୍ବକ ଦୁଷ୍କର୍ମ କରିବା ସହ ଯଦି ଏ ସମ୍ପର୍କରେ କାହାରିକୁ ଜଣାଇବୁ ମାରିଦେବାକୁ ଧମକ ଦେଇଥିଲା । ଏହି ମାମଲାରେ ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ସରକାରୀ ଓକିଲ ରାଜୀବ ମହାନ୍ତି ସୂଚନା ଦେଇଛନ୍ତି ।