ଦୁଷ୍କର୍ମ ପୀଡ଼ିତାକୁ ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ, ଗୁଜରାଟ ହାଇକୋର୍ଟଙ୍କୁ କଲେ ତାଗିଦ୍

Published By : Prameya-News7 Bureau | August 21, 2023 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ବିବାହ ପୂର୍ବରୁ ଗର୍ଭବତୀ  ହେବା ଶାରୀରିକ ଓ ମାନସିକ ଭାବେ ସ୍ଵାସ୍ଥ୍ୟକୁ ପ୍ରଭାବିତ କରିଥାଏ। ପୀଡ଼ିତାଙ୍କୁ ଗର୍ଭବତୀ ହେବାର ୨୭ ସପ୍ତାହରୁ ଅଧିକ ସମୟ ହୋଇଗଲାଣି। ପୀଡ଼ିତାଙ୍କ ମେଡିକାଲ୍ ରିପୋର୍ଟକୁ ଦୃଷ୍ଟିରେ ରଖି ଜଷ୍ଟିସ ବିଭି ନାଗରତ୍ନା ଓ ଉଜ୍ଜଳ ଭୂୟାଁଙ୍କ ପୀଠ କହିଛନ୍ତି ଗୁଜରାଟ ହାଇକୋର୍ଟଙ୍କ ଦ୍ଵାରା ପୀଡ଼ିତାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ନ ଦେବା ଉଚିତ୍ ନ ଥିଲା।ଏଥିପାଇଁ ଗୁଜରାଟ ଉଚ୍ଚ ନ୍ୟାୟାଳୟକୁ ସୁପ୍ରିମକୋର୍ଟ ତାଗିଦ୍ କରିଛନ୍ତି।

ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଭାରତୀୟ ସମାଜରେ ବିବାହ ପରେ ଗର୍ଭବସ୍ଥା କେବଳ ଦମ୍ପତ୍ତିଙ୍କ ପାଇଁ ନୁହେଁ ବରଂ ପରିବାର ଓ ବନ୍ଧୁବାନ୍ଧବଙ୍କ ପାଇଁ ଖୁସିର କାରଣ ହୋଇଥାଏ। ଏହାର ବିପରୀତ ବିବାହ ପୂର୍ବରୁ ଗର୍ଭାବସ୍ଥା ହାନୀକାରକ ଅଟେ। ବିଶେଷ କରି ଯୌନ ଉତ୍ପୀଡ଼ନ କିମ୍ବା ଦୁର୍ବ୍ୟବହାର ମାମଲାରେ ଗର୍ଭବତୀ ମହିଳାଙ୍କ ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଏଥିରେ ପୀଡିତାଙ୍କୁ ଆଘାତ ଲାଗିଥାଏ।

wp:heading {"level":4}

Also read-ସହମତିରେ ସମ୍ପର୍କ ରଖିଥିଲ, ଗର୍ଭପାତ ପାଇଁ ଅନୁମତି ଦିଆଯିବ ନାହିଁ; ୧୭ ବର୍ଷୀୟ କିଶୋରୀଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ରାୟ

/wp:heading

ପୀଠ କହିଛନ୍ତି ମେଡିକାଲ୍ ରିପୋର୍ଟକୁ ଦୃଷ୍ଟିରେ ରଖି ଆମେ ପୀଡ଼ିତାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦେଉଛୁ। ଯଦି ଭ୍ରୁଣ ଜୀବିତ ଥାଏ ତେବେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଭ୍ରୁଣର ଜୀବିତ ରହିବା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବ। ରାଜ୍ୟ ଏହା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବ ଯେ ନବଜାତଙ୍କୁ କେମିତି ପୋଷ୍ୟ ଭାବେ ଗ୍ରହଣ କରାଯିବ।

{"width":809,"height":453}
Supreme Court allows a rape victim from Gujarat to terminate her pregnancy
amarujala

ଏମିତି ରହିଛି ନିୟମ

ମେଡିକାଲ୍ ଟର୍ମିନେସନ ଅଫ ପ୍ରେଗନାନ୍ସି(ଏମଟିପି) ଅଧିନିୟମ ଆଧାରରେ ବିବାହିତ ମହିଳା, ଦୁଷ୍କର୍ମର ଶିକାର ବିଶେଷ ଶ୍ରେଣୀର ଲୋକ ଓ ଅନ୍ୟ ଦୁର୍ବଳ ମହିଳା ଯେମିତି ଦିବ୍ୟାଙ୍ଗ ଓ ନାବାଳିକଙ୍କ ପାଇଁ ଗର୍ଭପାତ କରାଇବାର ସମୟ ସୀମା ହେଉଛି ୨୪ ସପ୍ତାହ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଦୁଷ୍କର୍ମ ପୀଡ଼ିତାଙ୍କ ସଂପର୍କିତ ଏକ ମାମଲାରେ ଆଦେଶ ଦେଇ ଗୁଜରାଟ ହାଇକୋର୍ଟଙ୍କୁ ତାଗିଦ୍ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, କୌଣସି ବି ଅଦାଲତ ଦ୍ଵାରା କୌଣସି ବରିଷ୍ଠ ଜଜଙ୍କ ନିଷ୍ପତ୍ତି ବିରୋଧରେ ଆଦେଶ ପାରିତ କରିବା ସମ୍ବିଧାନ ବିରୋଧୀ।

wp:heading {"level":4}

Also read- ପୂର୍ବ କାଳରୁ ଝିଅମାନେ ୧୭ ବର୍ଷରୁ ମାଆ ହେଉଥିଲେ, ମନୁଶ୍ରୁତି ନପଢ଼ି ଥିଲେ ପଢ଼: ଗର୍ଭପାତ ସମ୍ପର୍କିତ ମାମଲାରେ ଏପରି କହିଲେ କୋର୍ଟ

/wp:heading

କଣ ମାମଲା

ଜଣେ ଦୁଷ୍କର୍ମ ପୀଡ଼ିତା ଗର୍ଭପାତ କରାଇବା ପାଇଁ ଅନୁମତି ମାଗିଥିଲେ ହେଁ ଗୁଜରାଟ ହାଇକୋର୍ଟ ତାଙ୍କୁ ଅନୁମତି ଦେଇ ନ ଥିଲେ। ସୁପ୍ରିମକୋର୍ଟରେ ଆଜି ମାମଲାର ଶୁଣାଣି ପାଇଁ ସୂଚୀବଦ୍ଧ କରିଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ପୀଡ଼ିତାଙ୍କ ପୁନର୍ବାର ଡାକ୍ତରୀ ପରୀକ୍ଷା କରାଇବାକୁ ଆଦେଶ ଦେଇଥିଲେ ଏବଂ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଅଗଷ୍ଟ ୨୦ ତାରିଖ ସୁଦ୍ଧା ରିପୋର୍ଟ ମାଗିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.