ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏ ସଜା, ଚଳନ୍ତା କାରରେ ମହିଳାଙ୍କୁ କରିଥିଲେ ଦୁଷ୍କର୍ମ

Published By : Prameya-News7 Bureau | May 11, 2023 IST

ସୁନ୍ଦରଗଡ଼ ୧୧/୦୫: ଚଳନ୍ତା କାରରେ ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସଜା ଶୁଣାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଓ ଦୌରା ଜଜ ।

୨୦୧୫ ମସିହା ରାଜଗାଙ୍ଗପୁର ଥାନା ଅଞ୍ଚଳର ଜଣେ ମହିଳା ସଂପର୍କୀୟଙ୍କ ଘରୁ ନିଜ ଘରକୁ ଫେରିବା ବାଟରେ ପଡୋଶୀ ସୋନୁ ସୋଏ, ଇନ୍ଦ୍ରୁ କେରକେଟା ଓ ପ୍ରବୀଣ ବାରଲା ଏକ କାରରେ ଆସି ଘରକୁ ଛାଡ଼ି ଦେବା କହି ଲିଫ୍ଟ ଦେଇଥିଲେ । ତାପରେ ଘରକୁ ଯିବା ବାଟରେ ଚଳନ୍ତା କାର ଭିତରେ ଦୀର୍ଘ ୪ ଘଣ୍ଟା କାଳ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ତାପରେ ଘର ନିକଟ ରାସ୍ତା କଡ଼ରେ ଫୋଫାଡି ଦେଇ ଫେରାର ହୋଇ ଯାଇଥିଲେ ।

ଏହି ମାମଲାରେ ୨୧ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ସଜା ଶୁଣାଇଛନ୍ତି କୋର୍ଟ । ସଜା ସହିତ ତିନି ଅଭିଯୁକ୍ତଙ୍କୁ ୫ ହଜାର ଜରିମାନା ଆଦେଶ ଦେଇଛନ୍ତି ଯଦି ଜରିମାନା ଅନାଦେୟ ରହେ ତାହେଲେ ଦୁଇ ମାସ ଆହୁରି ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.